କନକ ବ୍ୟୁରୋ: ତିନି ରାଜ୍ୟରେ ବଡ ବିଜୟ ପରେ ୨୪ ପାଇଁ ନୂଆ ରଣନୀତି କରୁଛି ରାଜ୍ୟ ବିଜେପି । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଏଭଳି ଆଲୋଚନାକୁ ଖୋରାକ୍ ଯୋଗାଇଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ହେଉଛି ରାଜ୍ୟ ବିଜେପିର ଟାର୍ଗେଟ । ଘରକୁ ଘରକୁ ଯିବେ ବିଜେପି କର୍ମୀ, ସାଂସଦ ଓ ବିଧାୟକ । ସେପଟେ ବିଜେଡି କହିଛି, କିଏ କଣ କହୁଛି ତାହା ସେମାନେ ଜାଣନ୍ତି । କିନ୍ତୁ ଓଡିଶାରେ ବିଜେଡି ଏକ ଦଳ ହୋଇ ଆଉ ରହିନାହିଁ । ବିଜେଡି ଜନଆନ୍ଦୋଳନର ରୂପ ନେଇଛି ।
୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ ।
/kanak/media/post_attachments/wp-content/uploads/2023/12/5-39.jpg)