କନକ ବ୍ୟୁରୋ: ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ପାଇଁ ବୃଦ୍ଧି କରାଯାଇଛି । ୨୦୨୪ ମସିହା ଜୁନ୍ ମାସ ଯାଏଁ ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ । ଅର୍ଥାତ୍ ଆସନ୍ତାବର୍ଷ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ସାଧାରଣ ନିର୍ବାଚନ ଲଢ଼ିବ । କୋଭିଡ୍ ଯୋଗୁଁ ସଦସ୍ୟତା ଅଭିଯାନ ନହେବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷତା ପଦ ବୃଦ୍ଧି କରାଯାଇଛି । ସୋମବାର ଦିଲ୍ଲୀରେ ଆୟୋଜିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜନାଥ ସିଂ ପ୍ରସ୍ତାବ ରଖିଥିଲେ । ସବୁ କର୍ମକର୍ତା ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନେଇ ସହମତି ପ୍ରକାଶ କରିଥିଲେ ।

Advertisment

ନଡ୍ଡାଙ୍କ କାର୍ଯ୍ୟକାଳରେ ବିହାରରେ ବିଜେପିର ଭୋଟ୍ ହାର ସର୍ବାଧିକ ରହିଥିଲା । ତାଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ରରେ ଏନଡିଏ ବହୁମତ ପାଇଥିଲା ବେଳେ ଉତର ପ୍ରଦେଶରେ ସରକାର ଗଠନ କରିଥିଲା । ଏହାସହ ପଶ୍ଚିମବଙ୍ଗରେ ବିଜେପିର ଆସନ ବଢ଼ିବା ସହ ଗୁଜରାଟରେ ବିପୂଳ ବିଜୟ ହାସଲ କରିଥିଲା ବିଜେପି । ୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନଡ୍ଡା ଦଳ ପାଇଁ ବୁଷ୍ଟର ହେବେ ବୋଲି କୁହାଯାଉଛି । ସେପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି ।