କନକ ବ୍ୟୁରୋ : ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।
ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ହେବାକୁ ଯାଉଥିବା ମେଣ୍ଟର ରୂପରେଖ କଣ ରହିବ, ସେଥିପାଇଁ ବୈଠକରେ ଆଲୋଚନା ଚାଲିଛି । ବିଜେଡି ବିଜେପି ମେଣ୍ଟ ନେଇ ଧିରେ ଧିରେ ସ୍ପଷ୍ଟ ହେଉଛି ଚିତ୍ର । ଏଥିସହ ଗତ ନିର୍ବାଚନର ପରିସଂଖ୍ୟନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ସେପଟେ ମେଣ୍ଟକୁ ନେଇ ବିଜେଡି ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ସବୁ ଆସପେକ୍ଟକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ୨୦୩୬ ମସିହାର ଆଭିମୁଖ୍ୟକୁ ଆଖି ଆଗରେ ରଖି ବିଜେଡି ତାର ନିଷ୍ପତି ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Can-BJD-BJP-alliance-make-a-comeback-in-Odisha-after-15-years.jpg)