ପରୀ ପାଇଁ ବିଜେପିର ପଦଯାତ୍ରା : ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହାପଦଯାତ୍ରା

81

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସାଇଟି ତଦନ୍ତ ଏକ କୁହେଳିକା । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୦ରୁ ୨୪ ତାରିଖ ଯାଏଁ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ପଦଯାତ୍ରା ଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାନେତ୍ରୀ. ଭି. ଶ୍ରୀନିବାସନ, ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ଓ ବହୁ ନେତା କର୍ମୀ ସାମିଲ ହେବେ । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପି ବିରୋଧ ଜାରି ରଖିବ । ଏସଆଇଟି ତଦନ୍ତ ଉପରେ ବିଜେପିର ମୁଳରୁ ସନ୍ଦେହ ଥିଲା । ଏସଆଇଟି ତଦନ୍ତ ନାଁରେ ଅପରାଧ ଲୁଚାଇବା ସହ ଅପରାଧୀଙ୍କୁ ଘଂଟ ଘୋଡାଇବାକୁ ଉଦ୍ୟମ କରାଯାଉଥିବା ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଏହାସହ ଏସାଇଟି ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠର ତଥ୍ୟ ପଦାକୁ ଆସିଲା କେମିତି ବୋଲି ସେ ଅଭିଯୋଗ କରିଛନ୍ତି ।