ଆଜି ଆସିବ ବିଜେପିର ଇସ୍ତାହାର ପତ୍ର । ଗରିବ, କୃଷକ, ଯୁବକ, ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ଉପରେ ରହିବ ଫୋକସ!

Advertisment
ଆଜି ଆସିବ ବିଜେପିର ଇସ୍ତାହାର ପତ୍ର । ଗରିବ, କୃଷକ, ଯୁବକ, ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ଉପରେ ରହିବ ଫୋକସ!

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଆଜି ଆସିବ ବିଜେପିର ସଂକଳ୍ପ ପତ୍ର । ବିକଶିତ ଭାରତ ଗଠନ ନେଇ ଇସ୍ତାହାରରେ ବଡ଼ ଘୋଷଣା କରିପାରେ ଦଳ । ଗରିବ, କୃଷକ, ଯୁବକ, ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ଉପରେ ରହିବ ଫୋକସ । ବିଜେପିର ଏହି ସଂକଳ୍ପ ପତ୍ରରେ କ’ଣ ରହିଛି ତା ଉପରେ ଦେଶବାସୀଙ୍କ ନଜର ରହିଛି ।

ସକାଳ ୮ଟା ୩୦ରେ ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସଂକଳ୍ପ ପତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ଇସ୍ତାହାର କମିଟି ଅଧ୍ୟକ୍ଷ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ନିର୍ବାଚନୀ ସଂକଳ୍ପ ପତ୍ର ଜାରି କରିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଚଳିତ ନିର୍ବାଚନରେ ବିଜେପିର ମୁଖ୍ୟ ମୁଦ୍ଦା ରହିଛି । ଗରିବ, ଯୁବକ, କୃଷକ ଏବଂ ମହିଳା ମାନଙ୍କ ଆତ୍ମନିର୍ଭରଶୀଳତା ବିକଶିତ ଭାରତର ଆଧାର ବୋଲି ଦଳ କହିଆସୁଛି । ତେଣୁ ସଂକଳ୍ପ ପତ୍ରରେ ଏହି ବର୍ଗ ଗୁଡିକ ଉପରେ ବିଜେପି ନିଜ ସଂକଳ୍ପ ପତ୍ରରେ କଣ ଘୋଷଣା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । ସଂକଳ୍ପ ପତ୍ର ପ୍ରସ୍ତୁତ କରିବାକୁ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପିୟୁଷ ଗୋଏଲଙ୍କ ସମେତ ଏହି କମିଟିରେ ୨୭ଜଣ ସଦସ୍ୟ ରହିଛନ୍ତି । ପୂର୍ବରୁ ଇସ୍ତାହାର ପ୍ରସ୍ତୁତ କରିବାକୁ ଦେଶବାସୀଙ୍କ ମତାମତ ଲୋଡାଯିବା ସହିତ ଦେଶବ୍ୟାପୀ ବିଜେପି ଆରମ୍ଭ କରିଥିଲା ଅଭିମତ ସଂଗ୍ରହ ଅଭିଯାନ । ଏହା ମାଧ୍ୟରେ ବିକଶିତ ଭାରତ ଗଠନ ଦିଗରେ ଦେଶବାସୀଙ୍କ ମତ ଲୋଡିଥିଲା ଦଳ । ଏହି ମତାମତ ଆଧାରରେ ହିଁ ବିଜେପିର ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe