ଖୁବଶୀଘ୍ର ଘୋଷଣା ହେବ ବିଜେପିର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା । ରାଜ୍ୟ ବିଜେପି ପ୍ରଭାରୀଙ୍କ ସୂଚନା ।

155

କନକ ବ୍ୟୁରୋ: ଖୁବଶୀଘ୍ର ଘୋଷଣା ହେବ ବିଜେପି ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଭୁବନେଶ୍ୱରେ ପହଞ୍ଚିିବା ପରେ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ଦୁଇରୁ ତିନି ଦିନ ମଧ୍ୟରେ ବାକି ଥିବା ଆସନ ପାଇଁ ଟିକେଟ ଘୋଷଣା ହେବ । ଆଉ ବିଜେପିରେ ବହୁ ବଡ଼ ବଡ ନେତା ସାମିଲ ହେବେ । ତେବେ ଏଥର ସାରା ଦେଶରେ ମୋଦୀ ଲହର ଅଛି, ତେଣୁ ଏଥର ବିଜେପି ରାଜ୍ୟର ୨୧ ଲୋକସଭା ଆସନରୁ ୧୬ରୁ ଅଧିକ ବିଜୟୀ ହେବ ବୋଲି କହିଛନ୍ତି ତୋମାର । ବିଜେପି ସମସ୍ତ ଲୋକସଭା ଏବଂ ୧୩୧ ବିଧାନସଭା ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ବାକି ୧୬ ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ ।