କନକ ବ୍ୟୁରୋ: କୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଗୁୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବିଜେପିର ବୈଠକରେ ଟିକେଟ୍ ନେଇ ଆଲୋଚନା ହୋଇଛି । ବୈଠକରେ ଟିକେଟ୍ କାହାକୁ ମିଳିବ ଏବଂ କାହାର କଟିବ ସେ ବାବଦରେ ଆଲୋଚନା ହୋଇଛି । କୁହାଯାଉଛି ରାଜ୍ୟ ସଭାପତି ଦେଇଥିବା ତାଲିକା ଉପରେ ବାଜିଛି ଚୂଡାନ୍ତ ମୋହର । କେବଳ ଔପଚାରିକ ଘୋଷଣା ବାକିଥିବା ବେଳେ କାହାକୁ ଟିକେଟ୍ ମିଳିଛି ଏବଂ କାହାର କଟିଛି, ସେ ସଂପର୍କରେ କାହା ପାଖରେ ଖବର ନାହିଁ ।
ସେପଟେ କିନ୍ତୁ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ କହିଛନ୍ତି ଯେ ଦିନେ କି ଦୁଇ ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆସିବ । ଏପରିକି କେନ୍ଦ୍ର ଓ ରାଜ୍ୟରେ ଦଳ ଡବଲ୍ ଇଞ୍ଜିିନ ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜୟ ପାଲ ସିଂ ତୋମାର । ପୂର୍ବରୁ ୨୧ ଲୋକସଭା ଆସନରୁ ବିଜେପି ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ୩ ଲୋକସଭା ଆସନରେ କାହାକୁ ମିଳୁଛି ଟିକେଟ ତାହା ଉପରେ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/3-39.jpg)