କନକ ବ୍ୟୁରୋ : ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ମନ୍ତ୍ରୀ ନବ ଦାସଙ୍କ ଭଳି ସ୍ଥିତି କରିବାକୁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀକୁ ମିଳିଛି ଏକ ଧମକପୂର୍ଣ୍ଣ କଲ । ଏହାକୁ ନେଇ ଦିଲ୍ଲୀରେ ଏକ ଲିଖିତ ଅଭିଯୋଗ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ପ୍ରେସ ରିଲିଜ୍ ଜାରି କରାଯାଇ ହତ୍ୟା ଧମକ ସମ୍ପର୍କରେ ସୂଚନା ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀଙ୍କୁ ଫୋନ୍ କରି ଜଣେ ସନ୍ଦୀଗ୍ଧ ହିନ୍ଦୀ ଭାଷାରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ନବ ଦାସଙ୍କ ଯାହା ଅବସ୍ଥା ହେଲା ଜୟ ପଣ୍ଡାଙ୍କ ସେହି ଅବସ୍ଥା ହେବ ବୋଲି ହିନ୍ଦୀ ଭାଷାରେ ଧମକ ଦେଇଛନ୍ତି ସନ୍ଦୀଗ୍ଧ । ତେବେ ଏହା ପ୍ରକୃତରେ ଏକ ଧମକ ପୂର୍ଣ୍ଣ କଲ୍ ନା କେହି ଜଣେ ପ୍ରାଙ୍କ କଲ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।