ପୁଲୱାମା ଆକ୍ରମଣକୁ ‘ଦୂର୍ଘଟଣା’ କହିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା , ତାଙ୍କ ଆଙ୍ଗୁଳି ଏବଂ ପାଟିରେ ‘ଗୁପ୍ତରୋଗ’ ହେବା କଥା କହିଦେଲେ ବିଜେପି ନେତା ।

178

ଜମ୍ମୁ – କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ‘ଦୂର୍ଘଟଣା’ କହିଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଉପରେ ବିଜେପି ନେତାଙ୍କ ବାକ୍ୟବାଣ ଆରମ୍ଭ ହୋଇଯାଇଛି । ଦିଗବିଜୟ ସିଂହଙ୍କ ବୟାନ ଉପରେ ଆକ୍ରମଣ କରିବା ପାଇଁ ପ୍ରୟାସ କରୁଥିବା ବିଜେପିର ଜଣେ ନେତା ଅଜବ ବୟାନ୍ ଦେଇଛନ୍ତି । ବିଜେପିର ଗୋପାଳ ଭାର୍ଗବ୍ ଦିଗବିଜୟଙ୍କ ‘ଦୂର୍ଘଟଣା’ ବୟାନ ଉପରେ କହିଛନ୍ତି ଯେ, “ଦିଗବିଜୟ ସିଂହଙ୍କ ଆଙ୍ଗୁଳି ଏବଂ ପାଟିରେ ଗୁପ୍ତରୋଗ ହୋଇଯାଇଛି” । ଆପଣଙ୍କୁ ଏଠାରେ କହିରଖୁଛୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଟାର୍ଗେଟ୍ କରିଥିଲେ ଏବଂ ପୁଲୱାମା ଆକ୍ରମଣକୁ ଦୂର୍ଘଟଣାର ନାଁ ଦେଇଥିଲେ । ମଙ୍ଗଳବାର ସେ ଗୋଟିଏ ପରେ ଗୋଟିଏ ୫ ଟି ଟ୍ୱିଟ୍ କରି ଏୟାର୍ ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ଏବଂ ଘଟଣା ଉପରେ ମୋଦିଙ୍କ ଚୁପ୍ ରହିବାରେ ନିରାଶା ପ୍ରକାଶ କରିଥିଲେ ।

ମଧ୍ୟପ୍ରଦେଶରେ ବିଜେପି ନେତା ଗୋପାଳ ଭାର୍ଗବ୍ ଦିଗବିଜୟ ସିଂହଙ୍କ ଦ୍ୱାରା କୁହାଯାଇଥିବା ବୟାନର ଜବାବରେ କହିଥିଲେ “ତାଙ୍କ ଆଙ୍ଗୁଳି ଏବଂ ପାଟିରେ ଗୁପ୍ତରୋଗ ହୋଇଯାଇଛି । ଯେଉଁ ପର୍ଯ୍ୟନ୍ତ ସେ ମୋବାଇଲ୍ ଉପରେ ତାଙ୍କ ଆଙ୍ଗୁଳି ଚଲାଇ ନ ନେଇଛନ୍ତି ଏବଂ ଯେତେବେଳ ପର୍ଯ୍ୟନ୍ତ ଯେ ପାଟିରୁ ଦେଶବିରୋଧି ଶବ୍ଦ କିଛି କହି ନ ଦେଇଛନ୍ତି ,ସେତେ ପର୍ଯ୍ୟନ୍ତ ତାଙ୍କର ଖାଦ୍ୟ ହଜମ ହୋଇନଥାଏ ।”

କ’ଣ କହିଥିଲେ ଦିଗବିଜୟ ସିଂହ : ଦିଗବିଜୟ ସିଂହ ଟ୍ୱିଟ୍ କରି କହିଥିଲେ , ଆମକୁ ଆମର ସୈନ୍ୟବାହିନୀଙ୍କ ସାହସିକତା ପ୍ରତି ଗର୍ବ ଏବଂ ସମ୍ପୁର୍ଣ୍ଣ ବିଶ୍ୱାସ ରହିଛି । ମୁଁ ମୋ ପରିଚିତ ଲୋକଙ୍କୁ ସେନାରେ ଯାଉଥିବା ଦେଖିଛି ଏବଂ କିଭଳି ସେମାନେ ଦେଶର ସୁରକ୍ଷା ପାଇଁ କାମ କରନ୍ତି ତାହା ଅଙ୍ଗେ ନିଭାଇଛି । ଆମେ ତାଙ୍କୁ ସମ୍ମାନ ଜଣାଉଛୁ । କିନ୍ତୁ ପୁଲୱାମା ଦୂର୍ଘଟଣା ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ କିଛି ବିଦେଶୀ ଗଣମାଧ୍ୟମରେ ସନ୍ଦେହ ସୃଷ୍ଟି କରାଯାଉଛି ଯେଉଁଥିପାଇଁ ଭାରତ ସରକାରଙ୍କ ଉପରେ ବିଶ୍ୱାସ କରିବା ପାଇଁ ମଧ୍ୟ ପ୍ରଶ୍ନ ଉଠୁଛି ।

ଏହାଛଡା ମୃତ ଆତଙ୍କବାଦୀଙ୍କ ସଂଖ୍ୟା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ସେ ଟ୍ୱିଟ୍ କରି କହିଥିଲେ, “ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କ ସରକାରର କିଛି ମନ୍ତ୍ରୀ କହୁଛନ୍ତି ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଛି , ବିଜେପି ଅଧ୍ୟକ୍ଷ କହୁଛନ୍ତି ୨୫୦ ଜଣ ମରିଛନ୍ତି ,ଯୋଗୀ ଆଦିତ୍ୟନାଥ ୪୦୦ କହୁଛନ୍ତି ଏବଂ ଆପଣଙ୍କ ମନ୍ତ୍ରୀ ଏସଏସ୍ ଅହଲୁୱାଲିଆ କହୁଛନ୍ତି କେହି ମରିନାହାନ୍ତି । ଏବେ ଦେଶ ଜାଣିବାକୁ ଚାହୁଁଛି ଯେ ଏଥିରୁ କିଏ ମିଛ କହୁଛି । ଏହି ପ୍ରଶ୍ନ ନା ଶାସନ ପାଇଁ ରହିଛି ନା ଗାଦି ପାଇଁ । ଏହି ପ୍ରଶ୍ନ ସେହି କାନ୍ଦୁଥିବା ଭଉଣୀମାନେ କରୁଛନ୍ତି ଯେଉଁମାନେ ନିଜ ଭାଇଙ୍କୁ ହରାଇଛନ୍ତି , ଏହି ପ୍ରଶ୍ନ ସେହି ମା’ ମାନେ କରୁଛନ୍ତି ଯାହାଙ୍କ କୋଳଶୂନ୍ୟ ହୋଇଯାଇଛି , ଏହି ପ୍ରଶ୍ନ ସେହି ବୀରାଙ୍ଗନା ପତ୍ନୀ କରୁଛି ଯାହାର ସ୍ୱାମୀ ଦେଶ ପାଇଁ ସହିଦ୍ ହୋଇଯାଇଛି । ଏମାନଙ୍କ ପ୍ରଶ୍ନର ଉତ୍ତର ଆପଣ କେବେ ଦେବେ?