୨୦୨୪ ଉପରେ ବିଜେପିର ଫୋକସ । ବୁଥ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ବ୍ଲୁ-ପ୍ରିଣ୍ଟ । ବିଜେଡି କହିଲା, ବାହାସ୍ଫୋଟ ମାରୁଛି ବିଜେପି ।

ସରକାରଙ୍କୁ ଘେରିବା ପାଇଁ ନଡ୍ଡାଙ୍କ ନକ୍ସାକୁ ନେଇ ଆଗକୁ ବଢ଼ିବ ରାଜ୍ୟ ବିଜେପି

77

କନକ ବ୍ୟୁରୋ: ୨୪ ପୂର୍ବରୁ ସମରସଜ୍ଜା ଆରମ୍ଭ କରିଛି ରାଜ୍ୟ ବିଜେପି । ୨ ସୂତୀକୁ ଆଧାର କରି ରାଜା ସରକାରଙ୍କୁ ଘେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରାଯିବ । ଏଥିପାଇଁ ୩୭ ହଜାର ବୁଥକୁ ଚିହ୍ନଟ କରାଯାଇଛି । ଏଥିପାଇଁ ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

  • ୨୪ ପୂର୍ବରୁ ବିଜେପିର ସମରସଜ୍ଜା
  • ରାସ୍ତାକୁ ଓହ୍ଲାଇବ, ରାଜ୍ୟ ସରକାରଙ୍କୁ ଘେରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଦୁଇ ସୁତ୍ରୀ ମନ୍ତ୍ରକୁ ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କୁ ଘେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ସହ ଓଡିଶା ସରକାରଙ୍କ ବିରୁଦ୍ଧରେ ରାଜନୈତିକ ଲଢେଇ କରିବାକୁ ଯୋଜନା କରିଛି ଦଳ । ୩୭ ହଜାର ବୁଥକୁ ମଜବୁତ କରିବ ଦଳ । ତିନି ମାସ ଭିତରେ ସକ୍ରିୟ କରିବ, ଏଥିପାଇଁ ମଣ୍ଡଳୱାରୀ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ ।

କେନ୍ଦ୍ରୀୟ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବେ । ରାଜ୍ୟ ସରକାର ହାଇଜାକ୍ କରିନେଉଥିବା ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବେ । ଦ୍ୱିତୀୟରେ ସରକାରଙ୍କ ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ବିଜେପି । ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ଘର ମିଳିବା ପ୍ରସଙ୍ଗ ଏବଂ କେନ୍ଦ୍ର ଦେଉଥିବା ମାଗଣା ଚାଉଳ ବିଷୟରେ ଘରକୁ ଘର ଯାଇ ଲୋକଙ୍କୁ ଅବଗତ କରାଯିବ । ଏପଟେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ବିଜେପି ନେତା କେବଳ ଭଲ ଭାଷଣ ଦିଅନ୍ତି । ବିନା ସ୍ୱାର୍ଥରେ କେନ୍ଦ୍ର ସରକାର କାହାକୁ ପଇସା ଦିଅନ୍ତି ନାହିଁ ।

  • ରାଜ୍ୟ ସରକାରଙ୍କୁ ଚଳାଉଛି କିଏ ?
  • ନଡ୍ଡାଙ୍କ ନକ୍ସାକୁ ରାଜ୍ୟ କାର୍ଯ୍ୟକାରିଣୀର ମୋହର

ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ କନ୍ଧମାଳର ତୁମୁଡିବନ୍ଧଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ସରକାର ଚଳାଉଛି କିଏ ? ରାଜ୍ୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରି ଲୋକମାନଙ୍କ ପାଖକୁ ଯିବ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ଘର ମିଳିବା ପ୍ରସଙ୍ଗ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ମହିଳାମାନଙ୍କ ପ୍ରତି ହିଂସା ଏବଂ ନିର୍ଯ୍ୟାତନା ପ୍ରସଙ୍ଗରେ ଆନ୍ଦୋଳନ କରିବ ଦଳ । ଏଭଳି ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପିର ୧୨୦ ମିଶନ ଫେଲ ମାରିଥିଲା । ତେବେ ବାରମ୍ବାର ଟାର୍ଗେଟ ଫିକ୍ସ କରୁଥିବା ରାଜ୍ୟ ବିଜେପିର ଏହି ବ୍ଲୁ-ପ୍ରିଣ୍ଟ କେତେ ଫଳପ୍ରଦ ହେବ ତାହା ଆଗାମୀ ଦିନରେ ଜଣାପଡିବ ।