ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୦୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ନେଇ ସୂଚନା ।

383

କନକ ବ୍ୟୁରୋ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । କେବଳ ନାଁ ଘୋଷଣାକୁ ଅପେକ୍ଷା ରହିଛି । ଆଜି ପ୍ରଥମ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିବା ରହିଛି । ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସାରି ଭୁବନେଶ୍ୱର ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଗତ ଗୁରୁବାର ରାତି ୧୦ଟାରୁ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ କରିଥିଲେ । ଏହି ତାଲିକାରେ ବାରଣାସୀରୁ ମୋଦୀ, ଗୁଜରାଟ ଗାନ୍ଧୀନଗରରୁ ଅମିତ ଶାହ, ରାଜନାଥ ସିଂହ ଲକ୍ଷେ୍ନାରୁ ପ୍ରାର୍ଥୀ ହେବା ନେଇ ଫୋକସ୍ କରାଯାଇଛି । ଏହା ସହ ୨୦୧୯ରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାତରୁ ଯାଇଥିବା ଆସନ ଉପରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି ।

ଅନ୍ୟପଟେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେଡି-ବିଜେପି ମେଂଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା । ହେଲେ ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଂଟକୁ ମନମୋହନ ସିଧାସଳଖ ମନା କରିଦେଇଛନ୍ତି ।