କନକ ବ୍ୟୁରୋ: ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ, ଏବେ ଚର୍ଚ୍ଚା କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ । ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି । ଆଉ ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ । ତେବେ ବିଜେପି ସରକାରର ମନ୍ତ୍ରିମଣ୍ଡଳ ବି ସେହିଭଳି ପ୍ରଭାବଶାଳୀ ହେବା ଉଚିତ୍ । ମନ୍ତ୍ରିମଣ୍ଡଳରେ ବି ସେହିଭଳି ଟାଣୁଆ ନେତା ରହିବା ଜରୁରୀ । ୭୮ ଜଣ ବିଜୟୀ ବିଧାୟକଙ୍କ ମଧ୍ୟରୁ କେଉଁ କେଉଁ ବିଧାୟକ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ନୂଆ ମନ୍ତ୍ରିମଣ୍ଡଳ : ସମ୍ଭାବ୍ୟ ତାଲିକାରେ କିଏ?

  • ସୁଧିର ରଞ୍ଜନ ପାଟ୍ଟଯୋଶୀ - ଧର୍ମଗଡ଼
  • ନିତ୍ୟାନନ୍ଦ ଗଣ୍ଡ- ଉମରକୋଟ
  • ନରସିଂହ ମାଡକାମୀ- ମାଲକାନଗିରି
  • ବିଭୂତି ଭୂଷଣ ଜେନା – ଗୋପାଳପୁର
  • ସିଦ୍ଧାନ୍ତ ମହାପାତ୍ର - ଦିଗପହଣ୍ଡି
  • ରଘୁରାମ ମାଛ – କୋରାପୁଟ
  • କେ. ଅନୀଲ କୁମାର- ବ୍ରହ୍ମପୁର
  • ସୁରେଶ ପୂଜାରୀ- ବ୍ରଜରାଜନଗର
  • ଭବାନୀ ଶଙ୍କର ଭୋଇ – ତଳସରା
  • ମୁକେଶ ମହାଲିଙ୍ଗ- ଲୋଇସିଂହା
  • କେ ଭି ସିଂହଦେଓ- ପାଟଣାଗଡ଼
  • ଲକ୍ଷ୍ମଣ ବାଗ- କଣ୍ଟାବାଞ୍ଜି
  • ପୂର୍ଣ୍ଣଚନ୍ଦ୍ର ସେଠୀ – ଖଲ୍ଲିକୋଟ
  • ସରୋଜ କୁମାର ପାଢ଼ୀ - ଆସ୍କା
  • ରବିନାରାୟଣ ନାୟକ – କୁଚିଣ୍ଡା
  • ଜୟନାରାୟଣ ମିଶ୍ର – ସମ୍ବଲପୁର
  • ମୋହନ ମାଝୀ – କେନ୍ଦୁଝର
  • ସୀମାରାଣୀ ନାୟକ – ହିନ୍ଦୋଳ
  • ପ୍ରତାପ ଚନ୍ଦ୍ର ପ୍ରଧାନ - ଅନୁଗୁଳ
  • ଦୁଷ୍ମନ୍ତ କୁମାର ସ୍ୱାଇଁ – ଖଣ୍ଡପଡା
  • ପୃଥ୍ୱୀରାଜ ହରିଚନ୍ଦନ - ଚିଲିକା
  • ସୁରମା ପାଢ଼ୀ – ରଣପୁର
  • ବାବୁ ସିଂ – ଭୁବନେଶ୍ୱର ଏକାମ୍ର
  • ସଞ୍ଜଳି ମୁର୍ମୁ – ବାଙ୍ଗିରିପୋଷି
  • ଭାସ୍କର ମଡ଼େଇ – ଉଦଳା
  • ପଦ୍ମଲୋଚନ ପଣ୍ଡା – ସିମୁଳିଆ
  • ସୂର୍ଯ୍ୟବଂଶୀ ସୂରଜ - ଧାମନଗର
  • ଆକାଶ ଦାସନାୟକ – କୋରେଇ
  • ଦୁର୍ଗା ପ୍ରସନ୍ନ ନାୟକ – ମହାକାଳପଡା
  • ପ୍ରଭାତୀ ପରିଡ଼ା - ନିମାପଡା