ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା ।

121

କନକ ବ୍ୟୁରୋ: ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଚଳିତ ନିର୍ବାଚନରେ ବିପୁଳ ବିଜୟ ପରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦେବାକୁ ଦଳ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି । ସାଧାରଣ ନିର୍ବାଚନରେ ବିଧାନସଭାରେ ୭୮ଟି ଆସନରେ ବିଜୟୀ ହୋଇ ଦଳ ରାଜ୍ୟରେ ସରକାରକୁ ଆସିଥିବା ବେଳେ ଲୋକସଭାରେ ମୋଟ ୨୧ଆସନରୁ ୨୦ଟିରେ ଦଳ ବାଜିମାତ କରିଛି । ଏହାକୁ ନେଇ ଦଳୀୟ କର୍ମୀ ଓ ନେତା ଉତ୍ସାହିତ ଥିବା ବେଳେ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯିବ ବୋଲି ଜଣାପଡିଛି ।