କନକ ବ୍ୟୁରୋ : ଆସାମ ନିର୍ବାଚନ ପୂର୍ବରୁ ରାଜ୍ୟ ପାଇଁ ବିଜେପି ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର, ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ରାଜ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି ।
Citizenship Amendment Act (CAA) has been passed by the Parliament and it is to be implemented, it will be implemented in letter & spirit: BJP national president JP Nadda.#AssamAssemblyPollspic.twitter.com/RPD5QRt7Vj
— ANI (@ANI) March 23, 2021
ଏହି ଘୋଷଣାପତ୍ରରେ ବିଜେପି ଆସାମ ପାଇଁ ମୁଖ୍ୟତ ୧୦ ଟି ମୁଦ୍ଦା ଉପରେ ଗୁରୁତ୍ୱ ଦେଇଛି । ଘୋଷଣାପତ୍ରରେ ପ୍ରଥମେ ‘ମିଶନ ବ୍ରହ୍ମପୁତ ’ କୁ ଗୁରୁତ୍ୱ ଦିଆଯାଇଛି । ବିଜେପି ସରକାରକୁ ଫେରିଲେ ନଦୀଜଳର ସଂରକ୍ଷଣ ପାଇଁ ଅଧିକ ଜଳ ଭଣ୍ଡାର ନିର୍ମାଣ କରିବା ସହ ନଦୀ ଭିତରୁ କଚଡା ଉଠାଇବାକୁ ବିଶେଷ ମେସିନ୍ ର ବ୍ୟବହାର କରାଯିବ ବୋଲି ଘୋଷଣାପତ୍ରରେ କୁହାଯାଇଛି । ଦ୍ୱିତୀୟ ଘୋଷଣାରେ ବିଜେପି ଆସାମର ମହିଳାଙ୍କୁ ଅଧିକ ସଶକ୍ତିକରଣ କରିବାକୁ କହିଛି । ଏନେଇ ଅରୁଣୋଦୟ ଯୋଜନାରେ ୩୦ ଲକ୍ଷ ପରିବାରକୁ ମାସିକ ୮୩୦ ଟଙ୍କା ବଦଳରେ ୩୦୦୦ ଟଙ୍କା ଦେବ ବୋଲି କହିଛି ।
ତୃତୀୟରେ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି । ଏନେଇ ବିଜେପି ତା’ର ଘୋଷଣାପତ୍ରରେ କହିଛି କି ଆଦିବାସୀ ମାନଙ୍କର ପୂଜାସ୍ଥଳୀକୁ ପୁଣି ସେମାନଙ୍କୁ କିଭଳି ଫେରାଇ ଦିଆଯିବ ସେନେଇ ଏକ ଟାକ୍ସ ଫୋର୍ସ ଗଠନ କରାଯିବ । ଅନ୍ୟପଟେ ‘ଆସାମ ଆହର ଅତ୍ମନିର୍ଭର’ ଯୋଜନାକୁ ବି ଘୋଷଣାପତ୍ରରେ କହିଛି ବିଜେପି । ମୁଖ୍ୟତ ଆସାମରେ ଏନଆରସି ଲାଗୁୁ ନେଇ ବିଜେପି ତା’ର ଘୋଷଣାପତ୍ରରେ କହିଛି କି ଆସାମରେ ସଠିକ୍ ଭାବେ ଏନଆରସି ଲାଗୁ କରାଯିବ । ଭାରତୀୟ ନାଗରିକଙ୍କୁ ସୁରକ୍ଷା ଓ ବାହାର ଲୋକମାନଙ୍କୁ ବାହାର କରାଯିବା ନେଇ ବିଜେପି କହିଛି ।
ସେହିଭଳି ଆସାମର ୨ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇଛି ବିଜେପି । ଘୋଷଣା ପତ୍ରରେ କୁହାଯାଇଛି କି ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଏକ ଲକ୍ଷ ବେକାରୀଙ୍କୁ ତୁରନ୍ତ ସରକାରୀ ଚାକିରୀ ପ୍ରଦାନ କରାଯିବ । ଏହାସହ ‘ବିବେକାନନ୍ଦ ଆସାମ ଏମ୍ପଲୟମେଣ୍ଟ’ ଯୋଜନାରେ ରାଜ୍ୟର ୧୦ ଲକ୍ଷ ବ୍ୟବସାୟୀଙ୍କୁ ସହାୟତା ଯୋଗାଇ ଦିଆଯିବ । ଘୋଷଣାପତ୍ରର ଶେଷ ବିନ୍ଦୁରେ କୁହାଯାଇଛି କି ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟର ସମସ୍ତ ବାସହୀନ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ ।
କହିରଖୁ କି ଦେଶରେ ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ପାଇଁ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିସାରିଥିବା ବେଳେ ଆଜି ଆସାମ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଅନ୍ୟପଟେ ଆସାମରେ ବିଜେପିକୁ ପରାସ୍ତ କରି କଂଗ୍ରେସ ସେଠାରେ ସରକାର ଗଠନ କରିବାକୁ ପୁରା ଦମ୍ ଲଗାଇ ଦେଇଛି ।