ବିଜେପିର ନିର୍ବାଚନୀ ଇସ୍ତାହାର କମିଟି ଗଠିତ: ରାଜନାଥ ସିଂ କରିବେ କମିଟିର ଅଧ୍ୟକ୍ଷତା

71

କନକ ବ୍ୟୁରୋ: ବିଜେପିର ଲୋକସଭା ନିର୍ବାଚନ ପ୍ରସ୍ତୁତି, ଘୋଷଣା ହେଲା ଇସ୍ତାହାର କମିଟି । କେନ୍ଦ୍ର ପ୍ରତିରକ୍ଷା ରାଜନାଥ ସିଂହ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଏବଂ ପିୟୁଷ ଗୋଏଲଙ୍କୁ ଏହି କମିଟିର ଆବାହକ ଓ ସହ-ଆବାହକ ଘୋଷଣା କରାଯାଇଛି । ଏହି କମିଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, କିରଣ ରିଜିଜୁ, ସ୍ମୃତି ଇରାନୀ, ବସୁନ୍ଧରା ରାଜେ, ମୋହନ ଯାଦବ, ବିଷ୍ଣୁଦେଓ ସାଏ, ଶିବରାଜ ସିଂ ଚୌହାନ ପ୍ରମୁଖ ସଦସ୍ୟ ରହିଛନ୍ତି । ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ପୂର୍ବରୁ ଇସ୍ତାହାର ପ୍ରସ୍ତୁତ କରିବାକୁ ଦେଶବାସୀଙ୍କ ମତାମତ ଲୋଡାଯିବା ସହିତ ଦେଶବ୍ୟାପୀ ବିଜେପି ଆରମ୍ଭ କରିଥିଲା ସଂଗ୍ରହ ଅଭିଯାନ । ଏହା ମାଧ୍ୟରେ ବିକଶିତ ଭାରତ ଗଠନ ଦିଗରେ ଦେଶବାସୀଙ୍କ ମତ ଲୋଡିଥିଲା ଦଳ । ଏହି ମତାମତ ଆଧାରରେ ହିଁ ଇସ୍ତାହାର ପ୍ରସ୍ତୁତ କରିବ ଇସ୍ତାହାର କମିଟି ।