କନକ ବ୍ୟୁରୋ : ଆସନ୍ତା ୬ କିମ୍ବା ୭ରୁ ତାରିଖରୁ ଆରମ୍ଭ ହେବ ବିଜେପିର ଡିଜିଟାଲ ପ୍ରଚାର । ପଂଚାୟତ ନିର୍ବାଚନ ପାଇଁ ୮୫୩ ଜିଲ୍ଲା ପରିଷଦ ଜୋନରେ ଡ଼ିଜିଟାଲ ପ୍ରଚାର କରିବ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଡ଼ିଜିଟାଲ ପ୍ରଚାରରେ ସାମିଲ ହେବେ । ସେହିପରି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗିରିରାଜ ସିଂ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।