କନକ ବ୍ୟୁରୋ : ପୁଣି ଏକାଠି ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଖୋର୍ଦ୍ଧା ନିକଟ ବରୁଣେଇ ପାହାଡ଼ରେ ନିର୍ମାଣ ହେଉଥିବା ପାଇକ ସ୍ମାରକୀ ସ୍ଥଳରେ ଏକାଠି ନଜର ଆସିଛନ୍ତି ଦୁଇ ନେତା । ପାଇକ ବିଦ୍ରୋହ ସ୍ମାରକୀର ନିର୍ମାଣ କାମର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ମାରକୀ କାମ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

ସ୍ମାରକୀ ନିର୍ମାଣ ପାଇଁ ଯାହା ସର୍ତ ରଖାଯାଇଥିଲା ସବୁ ସର୍ତ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ମାନିଥିଲେ ସୁଦ୍ଧା କାମ ଆରମ୍ଭ ହୋଇନପାରିବା ଚିନ୍ତାଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏପଟେ ନୟାଗଡ଼ ଗ୍ରସ୍ତ ସାରି ଫେରୁଥିବା ବେଳେ ଏହି ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ କଟକ ସାଂସଦ । ପାଇକ ସ୍ମାରକୀ ଓଡ଼ିଆ ଜାତିର ଅସ୍ମିତା ପରିଚୟ । ଏଭଳି କାର୍ଯ୍ୟର ବିଳମ୍ବ ହେବା ଠିକ୍ ନୁହେଁ ବୋଲି କହିଛନ୍ତି କଟକ ସାଂସଦ । ତେବେ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସି ନାହାଁନ୍ତି ବରଂ ନିଜସ୍ୱ ଭାବେ ଆସିଥିବା କହିଛନ୍ତି ଭର୍ତ୍ତୃହରି ମହତାବ ।