ଦିନ ମଜୁରିଆର ସ୍ତ୍ରୀ ଜିତିଲେ ନିର୍ବାଚନ । ବିଜେପି ଟିକେଟରୁ ନିର୍ବାଚନ ଜିତି ଯିବେ ବିଧାନସଭା । 

984

କନକ ବ୍ୟୁରୋ: ଦିନ ମଜୁରିଆର ସ୍ତ୍ରୀ ଜିତିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ପ୍ରଥମ କରି ବିଧାୟକ ସାଜି ଯିବେ ବିଧାନସଭା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେଉଥିବାବେଳେ ଏଥିରେ ସୋଲତରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚନ୍ଦନା ବାଉରି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟରେ ହରାଇଦେଇଛନ୍ତି ।

ତେବେ ଚନ୍ଦନା ବାଉରୀ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିଲେ । ଯାହାଙ୍କ ସ୍ୱାମୀ ହେଉଛନ୍ତି ଜଣେ ଦିନ ମଜୁରିଆ । ଏହାପରେ ମଧ୍ୟ ବିଜେପି ଭଳି ଜାତୀୟ ଦଳ ତାଙ୍କୁ ପ୍ରାର୍ଥୀ କରିବା ସହିତ ବିଧାୟକ ପ୍ରାର୍ଥୀ ଭାବେ ଠିଆ କରିଥିଲା । ଆଉ ସେ ମଧ୍ୟ ନିଜକୁ ସଠିକ୍ ପ୍ରମାଣିତ କରି, ନିର୍ବାଚନ ବୈତରଣୀ ପାର୍ କରିଛନ୍ତି ।

ନିର୍ବାଚନ ଜିତିବା ପରେ ଚନ୍ଦନା କହିଛନ୍ତି, ଟିକେଟ୍ ପାଇବା ପୂର୍ବରୁ ସେ ପ୍ରାର୍ଥୀ ହେବେ ବୋଲି କଦାପି ଚିନ୍ତା କରିନଥିଲେ । ଏହାପରେ ସେ ଅନେକ ଲୋକଙ୍କ  ସମର୍ଥନ ପାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏବେ ସେ ବିଜୟୀ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ, ଚନ୍ଦନା ନିର୍ବାଚନ ଜିତିବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।