କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ମୈଦଦାନରେ ୩ ପ୍ରମୁଖ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଓ କଂଗ୍ରେସର ମଲିକାର୍ଜୁନ ଖଡଗେ ଆସି ପ୍ରଚାର କରୁଛନ୍ତି । କିନ୍ତୁ ସବୁ ପ୍ରଚାରକୁ ବଳି ଯାଇଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର । ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଗସ୍ତ ପରେ ଯାହା ଜଣାପଡୁଛି, ପଶ୍ଚିମବଙ୍ଗ ପରେ ବିଜେପିର ଫୋକସରେ ଏବେ ଓଡିଶା ରହିଛି । ୧୯ରେ ପ୍ରଚାର ପାଇଁ ପୁଣି ଓଡିଶା ଆସିବେ ମୋଦୀ ।
ସେପଟେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତକୁ ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି ବିଜେପି ନେତା ଯେଉଁ ରାଜ୍ୟକୁ ଯାଉଛନ୍ତି, ସେହି ରାଜ୍ୟକୁ ଦେଶର ନମ୍ବର ୱାନ ରାଜ୍ୟ କରିବେ ବୋଲି କହୁଛନ୍ତି । ଓଡିଶାକୁ ମଧ୍ୟ ଦେଶର ନମ୍ବର ୱାନ ରାଜ୍ୟରେ ପରିଣତ କରିଦେବୁ ବୋଲି ପ୍ରତିଶ୍ରୁତି ଦେବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/naveen.jpg)