ମହାମୁକାବିଲା ପୂର୍ବରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ। ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂ

Advertisment
ମହାମୁକାବିଲା ପୂର୍ବରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ। ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂ

କନକ ବ୍ୟୁରୋ: ଗୋଟିଏ ମାସ ଧରି ଚାଲିବାକୁ ଥିବା ମହା ଜନସମ୍ପର୍କ ଅଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଆସନ୍ତା ଜୁନ୍୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ବର୍ଷର ଶାସନ କାଳରେ ମୋଦୀ ସରକାରଙ୍କ ସଫଳତା ଓ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସିଧାସଳଖ ଲୋକଙ୍କ ଅବଗତ କରିବେ ଦଳୀୟ ନେତା ଓ କର୍ମୀ । ଏହି ଅଭିଯାନକ୍ରମରେ ଦେଶରେ ୫୧ଟି ବିଶାଳ ରାଲି, ୫୦୦ଟି ସ୍ଥାନରେ ଜନସଭା, ୬୦୦ ପ୍ରେସ୍ କନଫରେନ୍ସ କରାଯିବ । ଯାହା ୫୦୦ଟି ଲୋକସଭା କ୍ଷେତ୍ର ଓ ୪ହଜାର ବିଧାନସଭା କ୍ଷେତ୍ରକୁ ସଂଯୋଗ କରିବ ।

କେନ୍ଦ୍ରୀୟ ବିଜେପି ନେତାଙ୍କ ରଣନୀତିଠାରୁ ଆଉ ଗୋଟି ପାଦ ଆଗକୁ ବଢ଼ି ପ୍ରସ୍ତୁତି ଆରମ୍ଭ କରି ଦେଇଛି ରାଜ୍ୟ ବିଜେପି । ଏହି ମହା ଜନସମ୍ପର୍କ ଅଭିଯାନ ଜରିଆରେ ଓଡ଼ିଶା ବିଜେପି, ୩୭ ହଜାର ୬୦୬ ବୁଥରେ ପହଞ୍ଚିବେ ବିଜେପି ନେତା ଓ କର୍ମୀ । ୯ବର୍ଷର ସଫଳତା ବିଷୟରେ ଜଣାଇବା ପାଇଁ ଲିଫଲେଟ୍ ବାଣ୍ଟିବା ସହ ଲୋକଙ୍କ ସହ ଆଲୋଚନା କରିବେ ପ୍ରାୟ ୪ଲକ୍ଷ କାର୍ଯ୍ୟକର୍ତ୍ତା । ଓଡ଼ିଶାରେ ହେବ ୪ଟି ମହାସମାବେଶ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜାଥ ସିଂ ପ୍ରମୁଖ ଯୋଗଦେବେ । ସେହିପରି ଆଗାମୀ ନିର୍ବାଚନ ପାଇଁ କ୍ଲଷ୍ଟର ବ୍ୟବସ୍ଥା କରାଯାଇଛି । ଏହି କ୍ଲଷ୍ଟର ଅଞ୍ଚଳରେ ୮ଦିନ ଓ ୮ରାତି ରହିବେ କେନ୍ଦ୍ରମନ୍ତ୍ରୀ ।

ଏପଟେ ବିଜେପିର ମହା ଜନସମ୍ପର୍କ ଅଭିଯାନ ଓ ବିଜେପିର ପ୍ରସ୍ତୁତିକୁ ସମାଲୋଚନା କରିଛନ୍ତି ପିସିସି ସଭାପତି । ଶରତ ପଟ୍ଟନାୟକ କହିଛନ୍ତି - ୨୦୧୪ ନିର୍ବାଚନ ପୂର୍ବରୁ ମୋଦୀ ଦେଶବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ, ହେଲେ କୁଆଡ଼ା ଗଲା ୨ କୋଟି ଚାକିରି ଓ ୧୫ ଲକ୍ଷ ଟଙ୍କା । ପେଟ୍ରୋଲ, ଡିଜେଲ ଗ୍ୟାସର ଦାମ ହୁହୁ ହୋଇ ବଢ଼ିଛି । ଗରିବ ଲୋକ ବ୍ୟବହାର କରୁଥିବା କିରୋସିନି ଦାମ ୧୦୦ ଟଙ୍କା ପାର କରିଯାଇଛି । ଏହାର ଜବାବ୍ ଭୋଟର ନିର୍ବାଚନରେ ଦେବେ ବୋଲି କହିଛନ୍ତି ପିସିସି ସଭାପତି । ତେବେ କଂଗ୍ରେସ ମଙ୍ଗ ଧରିବା ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା କହିଛନ୍ତି ପିସିସି ସଭାପତି ।
ମହା ଜନସମ୍ପର୍କ ଜରିଆରେ ବିଜେପିର ଏହି ପ୍ରସ୍ତୁତି ଭିତରେ ମୋଦୀ ସରକାରଙ୍କୁ ଚକ୍୍ମା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଆଗକୁ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe