କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନିଜର ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ମୋଟ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ଅପରାଜିତାଙ୍କ ପାଖରେ ଅଛି ନଗଦ ୨ ଲକ୍ଷ ଟଙ୍କା । ବାପୁଜୀ ନଗର କାନାରା ବ୍ୟାଙ୍କରେ ଅଛି ୨୨ ଲକ୍ଷ ଟଙ୍କା । ଲୁଇସ ରୋଡ୍ ଆଇଡିବିଆଇ ବ୍ୟାଙ୍କରେ ଅଛି ୪ ଲକ୍ଷ ଟଙ୍କା । ଆଇଆରସି ଭିଲେଜ ଏସବିଆଇରେ ଅଛି ୧୦ ଲକ୍ଷ ଟଙ୍କା । ନୂଆଦିଲ୍ଲୀ କୃଷିଭବନ ଏସବିଆଇରେ ରହିଛି ୨୨ ଲକ୍ଷ ଟଙ୍କା । ଅପରାଜିତାଙ୍କ ୧୦ ଲକ୍ଷ ମୂଲ୍ୟର ଏକ କାର୍ ରହିଛି । ୧୧୫୦ ଗ୍ରାମର ବିଭିନ୍ନ ଅଳଙ୍କାର ରହିଛି । ଏହି ଅଳଙ୍କାରର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୪ ଲକ୍ଷ ଟଙ୍କା ହେବ । ଅପରାଜିତାଙ୍କ ନାଁରେ ନାହିଁ କୌଣସି ବ୍ୟବସାୟିକ କୋଠା । ଏହାସହ ତାଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ । ୨୦୨୨-୨୩ରେ ଅପରାଜିତାଙ୍କ ଆୟ ହେଉଛି ୨୪ ଲକ୍ଷ ୨୨ ହଜାର ୩୩୦ ଟଙ୍କା ।

Advertisment