୧୮ଟି ରାଉଣ୍ଡ ପଛରେ ରହିଲେ, ୧୯ ତମ ରାଉଣ୍ଡରେ ୧୪୩ ଖଣ୍ଡ ଭୋଟ ଆଗରେ ରହିଲେ ଆଶ୍ରିତ ।  ଏବେ ବି ୨୦ ହଜାର ଭୋଟ ପଛରେ ବିଜେପି ।

533

କନକ ବ୍ୟୁରୋ : ୧୮ଟି ରାଉଣ୍ଡରେ  ପଛରେ ରହିବା ପରେ ୧୯ତମ ରାଉଣ୍ଡରେ ପ୍ରଥମଥର ଆଗୁଆ ହୋଇଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୧୯ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୨୩୨ ଖଣ୍ଡ ଭୋଟ ହାତେଇବା ସହ ୧୪୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୯ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୦୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬୭ ଖଣ୍ଡ ଭୋଟ ।

୧୯ ତମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ୭୪୪୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୫୩୮୯୦ ଖଣ୍ଡ ଭୋଟ ପାଇଛି । ସେହିଭଳି କଂଗ୍ରେସ ଏଯାବତ୍ ମୋଟ ୩୫୪୧ ଖଣ୍ଡ ଭୋଟ ପାଇଛି । ୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୬୦୮ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୫ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡିର ବିଜୟ ଆଶା ମଧ୍ୟ ବଢିଛି । ଏହି ଟ୍ରେଣ୍ଡ ଜାରି ରହିଲେ ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।