ବିଜେପିର ପଞ୍ଚମ ପର୍ଯ୍ୟାୟ ତାଲିକା : ହିମାଚଳ ମଣ୍ଡିରୁ କଙ୍ଗନା ରାଣାୱତ, ୟୁପି ମିରଟରୁ ଅରୁଣ ଗୋଭିଲ, କୁରୁକ୍ଷେତ୍ରରୁ ନବୀନ ଜିନ୍ଦଲଙ୍କୁ ଟିକେଟ୍ ।

376

କନକ ବ୍ୟୁରୋ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଛି ଦଳ । ଏଥିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ ଦିଆଯାଇଛି । ରାମାୟଣ ସିରିଏଲରେ ରାମ ଭୂମିକା ଅଭିନୟ କରିଥିବା ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତରପ୍ରଦେଶର ମିରିଟରୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଛି ବିଜେପି ।

ସେହିପରି ୟୁପିର ସୁଲତାନପୁରରୁ ପୁଣି ପ୍ରାର୍ଥୀ ହେବେ ମେନକା ଗାନ୍ଧୀ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି । ବିହାରର ସାରନ ଆସନରୁ ରାଜୀବ ପ୍ରତାପ ରୁଡ୍ଡୀ, ବେଗୁସରାଇରୁ ଗିରିରାଜ ସିଂହ, ପାଟଣାସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଦଳ ଟିକେଟ ଦେଇଛି । ଆନ୍ଧ୍ରପ୍ରଦେଶରେ ରାଜମହେନ୍ଦ୍ରୀରୁ ଡି ପୁରେନ୍ଦରେଶ୍ୱରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧୀଙ୍କୁ ତାଲିକାରୁ ବାଦ ଦିଆଯାଇଛି ।