ଆସନ୍ତାକାଲି ବିଜେପିର ଜନକଲ୍ୟାଣ ଯାତ୍ରା

Advertisment
ଆସନ୍ତାକାଲି ବିଜେପିର ଜନକଲ୍ୟାଣ ଯାତ୍ରା

ନବରଙ୍ଗପୁର : ଆସନ୍ତାକାଲି ବିଜେପିର ଜନକଲ୍ୟାଣ ଯାତ୍ରା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ବିଜେପି ତାର ଏହି ଅଭିଯାନ ଆରମ୍ଭ କରିବ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ୧୭ଟି ସାଂଗଠନିକ ଜିଲ୍ଲାରେ ଜନକଲ୍ୟାଣ ଯାତ୍ରା କରିବ ବିଜେପି । ଏହା ଏପ୍ରିଲ ୨୪ ଯାଏଁ  କରାଯିବ । ତେବେ ଏହି ଯାତ୍ରାକୁ କେନ୍ଦୁଝର ଜିଲ୍ଲାରେ ଶେଷ କରିବା ପାଇଁ ବିଜେପି ସ୍ଥିର କରିଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସମୀର ମହାନ୍ତି । ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପରାଧ ଅପାରଗତାକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପଂହଚିବ ଭାରତୀୟ ଜନତା ପାର୍ଟି । ସେହିପରି ଏପ୍ରିଲ ୧୧ରେ ଦଳ ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ ହେବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe