ରଣକ୍ଷେତ୍ର ପାଲଟିଲା ରାଜଧାନୀ । ମାଷ୍ଟରକ୍ୟାଣ୍ଟିନରେ ବିଜେପି ଓ କଂଗ୍ରେସ ପଥର ଫିଙ୍ଗାଫିଙ୍ଗି ।

ରଣକ୍ଷେତ୍ର ପାଲଟିଲା ରାଜଧାନୀ । ମାଷ୍ଟରକ୍ୟାଣ୍ଟିନରେ ବିଜେପି ଓ କଂଗ୍ରେସ ପଥର ଫିଙ୍ଗାଫିଙ୍ଗି ।

କନକ ବ୍ୟୁରୋ: ରାହୁଲଙ୍କ ପୋଷ୍ଟରରେ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ, ପ୍ରତିବାଦରେ ତାତିଲା ଯୁବ ଓ ଛାତ୍ର କଂଗ୍ରେସ, ମାଷ୍ଟରକ୍ୟାଣ୍ଟିନ ଠାରେ ହଙ୍ଗାମା କଲା । ସ୍ଥିତି ଏପରି ହୋଇଛି ଯେ, ସ୍ପରସ୍ପରକୁ ପଥର ଫିଙ୍ଗାଫିଙ୍ଗି ମଧ୍ୟ କରିବାକୁ ପଛାଇନାହାନ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଉପସ୍ଥିତି ଥାଇ ମଧ୍ୟ ଉଗ୍ର ହୋଇଛି ଏହି ଉତ୍ତେଜନା ।

ତେବେ ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିବା ପରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି । ଯାହାର ପ୍ରତିଫଳନ ଆଜି ରାଜ୍ୟ ରାଜଧାନୀରେ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe