ବିଜେପିର ନିର୍ବାଚନୀ ଅସ୍ତ୍ର ଯୁବପିଢ଼ୀ । ଆସନ୍ତା ୭ରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ମିଶନ୍ !

239

କନକ ବ୍ୟୁରୋ: ଆସନ୍ତା ୭ରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ରୋଜଗାର ପ୍ରଦାନରେ ବିଫଳତା, ଓଡିଆ ଯୁବକ ଯୁବତୀମାନଙ୍କୁ ସ୍ୱରୋଜଗାର କରିବା ପ୍ରସଙ୍ଗ କରି ରାଜ୍ୟ ସରକାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଓ କରିବେ। ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବିଜେପି ଯୁବ ମୋର୍ଚ୍ଚା କହିବା ମୁତାବକ ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ତେଣୁ ଏହାର ଜବାବ୍ ମାଗିବାକୁ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବ ।

ଦୀର୍ଘ ବର୍ଷ ଶାସନ ଗାଦିରେ ଶାସକ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଲେ ନାହିଁ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ପଡିଛି । ସମାଜର ସବୁଠାରୁ ବଡ ବର୍ଗ ଯୁବସମାଜଙ୍କୁ ନବୀନ ସରକାର ଧୋକ୍କା ଦେଇଚାଲିଛନ୍ତି ବୋଲି ସାମଲୋଚନା କରିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି । ଯେଉଁ ପର‌୍ୟ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇନାହଁନ୍ତି ସେ ପର‌୍ୟ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ।