ବିଜେପିକୁ କଟାକ୍ଷ କଲେ କେଜ୍ରିୱାଲ୍ । କହିଲେ, ଯଦି ପ୍ରଭୁ ଶ୍ରୀରାମ ଥାଆନ୍ତେ ବିଜେପି ତାଙ୍କ ଘରକୁ ବି ED-CBIକୁ ପଠେଇଥାନ୍ତା

99

କନକ ବ୍ୟୁରୋ: ବିଧାନସଭାରେ ଗର୍ଜିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କଲେ । କହିଲେ, ତଦନ୍ତକାରୀ ସଂସ୍ଥା ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ବିଜେପି ପ୍ରେରିତ ।

ତେବେ ଏହି ସମୟରେ ଶ୍ରୀରାମଙ୍କ ନାମ ନେଇ ବିଜେପିକୁ କଟାକ୍ଷ କରିଛନ୍ତି କେଜ୍ରିୱାଲ । କହିଛନ୍ତି, ଆଜି ଯଦି ପ୍ରଭୁ ଶ୍ରୀରାମ ଧରାପୃଷ୍ଠରେ ଥାନ୍ତେ ତେବେ ତାଙ୍କ ଘରକୁ ମଧ୍ୟ ବିଜେପି ଇଡି,ସିବିଆଇ ଓ ଆଇଟିକୁ ପଠାଇଥାନ୍ତା ଓ ବନ୍ଧୁକ ମୁନରେ ଧମକ ଦେଇ ବିଜେପିରେ ସାମିଲ ହେବ ନା ଜେଲ ଯିବ ପଚାରିଥାନ୍ତା ବୋଲି କେଜ୍ରିୱାଲ କହିଛନ୍ତି ।

ତଦନ୍ତକାରୀ ସଂସ୍ଥାକୁ ଦୁରୁପଯୋଗ କରି ବିଜେପି ଅନ୍ୟ ଦଳ ଗୁଡିକର ମୂଳପୋଛ କରିବାକୁ ଚାହୁଁଛି । ନା ଦଳ ରହିବ ନା ନିର୍ବାଚନ ହେବ । ଏହାହିଁ ବିଜେପିର ଲକ୍ଷ୍ୟ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ କହିଥିଲେ ।