କନକ ବ୍ୟୁରୋ: ବିଜେପି ଟିକେଟ୍ ଘୋଷଣା ପରେ ଅନେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଛି । ଏହାରି ଭିତରେ ଖୋର୍ଦ୍ଧାରୁ ଗୁଳିମାଡ ଖବର ସାମ୍ନାକୁ ଆସିଛି । ବିଜେପି ଟିକଟ ବଂଟନକୁ ନେଇ ଉତେଜନା ବଢୁଥିବା ବେଳେ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଓରବର ସିଂ ପଂଚାୟତରେ ଗୁଳିକାଣ୍ଡ ହୋଇଥିବା ଥାନାରେ ଏତଲା ହୋଇଛି । କାଳୁ ଚରଣ ଖଣ୍ଡାୟତରାୟଙ୍କୁ ବିଜେପି ଟିକଟ ଦେବା ପରେ କାଳୁ ଚରଣଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । କାଲି କାଳୁଙ୍କ ସମର୍ଥକ ଓରବର ସିଂ ପଂଚାୟତରେ ପାଟିତୁଣ୍ଡ କରୁଥିବା ବେଳେ କିଛି ସାଧାରଣ ଲୋକ ତାଙ୍କ୍ୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ ।

Advertisment

publive-image

ସେହି ସମୟରେ ନରଣଗଡ ପଂଚାୟତ ସମିତି ସଭ୍ୟ ତଥା କାଳୁଙ୍କ ପ୍ରମୁଖ ସହଯୋଗୀ ଗୁଳିମାଡ କରିଥିଲେ । ସେ କାହାକୁ ଗୁଳିମାଡ କରୁଥିଲେ ତାହା ଜଣାପଡିନଥିବା ବେଳେ ତାଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଛନ୍ତି ଓରବର ସିଂ ପଂଚାୟତର ଯୁଦ୍ଧିଷ୍ଠର ମହାପାତ୍ର । ତାଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଏମ୍ସ ଏବଂ ଏବେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜଙ୍କିଆ ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ ଚଳାଇଛି । ଏତଲାରେ ଦର୍ଶାଯାଇଥିବା ଅଭିଯୁକ୍ତମାନେ ଫେରାର ଅଛନ୍ତି ।