ନାଳରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣାର ଜୋରଦାର ପ୍ରତିବାଦ : ବିଏମସି ଅଫିସ ଘେରାଉ କଲା ବିଜେପି

90

କନକ ବ୍ୟୁରୋ : ବିଏମସି ଅଫିସ ଘେରାଉ କଲା ଭୁବନେଶ୍ୱର ଜିଲ୍ଲା ବିଜେପି । ନାଳରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣାର ଜୋରଦାର ପ୍ରତିବାଦ । ବିଏମସି ଅବହେଳାକୁ ଦାୟୀ କରି ବିଜେପି ଧାରଣା ଦେଇଛି । ବିକ୍ଷୋଭ ବେଳେ ବିଜେପି କର୍ମୀଙ୍କୁ ପୋଲିସ ଉଠାଇନେଇଛି ।

ମୁକୁଳା ଡ୍ରେନରେ ପଡି ଛାତ୍ର ଭାସିଯିବା ପରେ ଆରମ୍ଭ ହୋଇଛି ରାଜନୀତି । ଏହି ଅଭାବନୀୟ ଘଟଣା ପାଇଁ ବିଏମସିର ବେପରୁଆ ମନୋଭାବକୁ ଦାୟୀ କରିଛି ବିଜେପି । ଘଟଣା ପାଇଁ ପ୍ରାଶାସିକ ଅବହେଳାକୁ ଦାୟୀ କରି ବିଏମସି କମିଶନରଙ୍କ ବିରୋଧରେ ଏତଲା ଦେଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଖଣ୍ଡଗିରି ଥାନାରେ ଏହି ଏତଲା ଦିଆଯାଇଛି ।