କନକ ବ୍ୟୁରୋ : ବିଜେଡି ଜନସମ୍ପର୍କ ପଦଯାତ୍ରାରେ ନିମାପଡା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ । ଗୋପରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଗତକାଲି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିହଂପୁର ସାଂସଦ ରାଜଶ୍ରୀ ମଲ୍କିକ ଜନସମ୍ପର୍କ ପଦଯାତ୍ରାରେ ବାହାରିଥିଲେ । ଗୋପରେ ବିଜେଡି ନେତାଙ୍କୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ କଳାପତାକା ପ୍ରଦର୍ଶନ କରି, ଗୋ ବ୍ୟାକ ନାରା ଦେଇ ବିରୋଧ କରିଥିଲେ ।