ବାଟବଣା ହୋଇଗଲା ‘ମୋ ସାଇକେଲ’ ଯୋଜନା : ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଲା ବିଜେପି; ଭଙ୍ଗା ସାଇକେଲକୁ କାନ୍ଧରେ ବୋହି ଦଳୀୟ କର୍ମୀ କଲେ ପ୍ରତିବାଦ ଶୋଭାଯାତ୍ରା

194

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମର ଆରମ୍ଭ ହୋଇଥିବା ‘ମୋ ସାଇକେଲ’ ଯୋଜନାରେ ବଡଧରଣ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ଏକ କୋକେଇରେ ‘ମୋ ସାଇକେଲ’କୁ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପିର ନେତା ଓ କର୍ମୀ । ୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ମହାନଗରବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର ।

୨୫ ହଜାର ଟଙ୍କାରେ ସାଇକେଲ ଗୋଟାକୁ କିଣାଯାଇଥିବାବେଳେ ଏବେ ୫୦୦ ଟଙ୍କାରେ କବାଡିକୁ ବିକି ଦେଇଥିବା ଅଭିଯୋଗ ଆଣିଛି ବିଜେପି । ଦାମୀ ସାଇକେଲ କିଣି ଅଢେଇ ବର୍ଷରେ ଲୁହା ଦରରେ କବାଡିଆକୁ ବିକ୍ରି ହୋଇଥିବାରୁ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ବିଏମସି କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଏଭଳି ହୋଇଥିବା ଦଳ କହିଛି ।