କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କ ହୋହଲ୍ଲା । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନଙ୍କ ପ୍ରଚାର ଗାଡିକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଛି । ଗତକାଲି ରାତିରେ ବେଗୁନିଆପଡା ଠାରେ ପ୍ରଚାର ବେଳେ ହଙ୍ଗାମା ହୋଇଛି । ଦୁଇ ପକ୍ଷ ବେଗୁନିଆପଡା ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଖବର ଅନୁସାରେ, ଲତିକା ପ୍ରଧାନଙ୍କ ପ୍ରଚାର ବେଳେ ବିଜେପିରୁ ଦୁଇ ଜଣ ମହିଳା ଓ କିଛି ପୁରୁଷ କର୍ମୀ ପ୍ରଚାର ଗାଡି ଅଟକାଇଥିଲେ । ଲତିକାଙ୍କ ସମର୍ଥକ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ନବୁଝିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା ।
ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କ ହୋ ହଲ୍ଲା । ଲତିକା ପ୍ରଧାନଙ୍କ ପ୍ରଚାର ଗାଡିକୁ ଅଟକାଇବାକୁ ଚେଷ୍ଟା
/kanak/media/post_attachments/wp-content/uploads/2024/05/Screen-Shot-2024-05-15-at-2.57.45-PM.png)