ଥମୁନି କୋଭିଡ ଟିକାକୁ ନେଇ ଶ୍ରେୟ ରାଜନୀତି : ବାଲେଶ୍ୱର ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପୁସିଂ କାର୍ଡ ବଂଟାକୁ ବିରୋଧ କଲେ ବିଜେପି କର୍ମୀ

160

କନକ ବ୍ୟୁରୋ : ଥମୁନି କୋଭିଡ ଟିକାକୁ ନେଇ ଶ୍ରେୟ ରାଜନୀତି । ୨ ଦିନ ତଳେ ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ପୋଷ୍ଟର ଚିରାକୁ ନେଇ ରାଜନୀତି ଜୋର ଧରିଥିଲା । ଏବେ ସମାନ ସ୍ଥାନରେ ଲୋକେ ଟିକା ନେଇ ସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପୁସିଂ କାର୍ଡ ବଂଟା ଯାଉଥିଲା । ଏଥିରେ କରୋନା ସଚେତନତା ବାର୍ତା  ସହ ଦ୍ୱିତୀୟ ଡୋଜ ପାଇଁ ତାରିଖ ଲେଖା ଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଟିକା କେନ୍ଦ୍ର ପରିଦର୍ଶନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡକୁ ନେଇ ଉତେଜନା ଦେଖାଦେଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡକୁ ଚିରିଦେବା ସହ ପୁଳାପୁଳା ପୁସିଂ କାର୍ଡ ଫିଙ୍ଗି ପ୍ରତିବାଦ ଜଣାଇଛନ୍ତି ।