ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ କଳାପତାକା ପ୍ରଦର୍ଶନ । ଭରତପୁରରେ ସ୍ଥାନୀୟ ବିଜେପି କର୍ମୀ ଦେଲେ ଗୋ ବ୍ୟାକ୍ ସ୍ଲୋଗାନ ।

251

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନସଂପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ବିରୋଧ ପ୍ରଦର୍ଶନ । ରାଜଧାନୀ ଉପକଣ୍ଠ ଭରତପୁରରେ ସାଂସଦ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ କିଛି ସ୍ଥାନୀୟ ବିଜେପି କର୍ମୀ ଅପରାଜିତାଙ୍କୁ ଗୋ ବ୍ୟା ଗୋ ବ୍ୟାକ ଅର୍ଥାତ ଫେରିଯାଅ ବୋଲି ନାରା ଦେଉଥିଲେ ।

ଏପଟେ ଠିକ ସେହି ସମୟରେ ଭରତପୁରରେ ପ୍ରବେଶ କରିଥିଲା ଅପରାଜିତାଙ୍କ ପଦଯାତ୍ରା । ନିଜ କର୍ମୀଙ୍କ ସହ ଯାଇ ଲୋକଙ୍କ କଥା ବୁଝୁଥିଲେ ବିଜେପି ନେତ୍ରୀ । ଅପରାଜିତାଙ୍କୁ କାହିଁକି ବିରୋଧ ଏବଂ ବିରୋଧ ପଛରେ ଅନ୍ୟ କଣ କାରଣ ଥାଇପାରେ କି , ଏ ସଂପର୍କରେ ବିସ୍ତୃତ ତଥ୍ୟ ଜଣାପଡି ନାହିଁ ।  କିନ୍ତୁ ବିଜେପି ଭଳି ଏକ ଶୃଙ୍ଖଳିତ ଦଳରେ ଏଭଳି ଘଟଣା ପ୍ରାୟ ଦେଖିବାକୁ ମିଳେ ନାହିଁ ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଓ କମିସନର ରହିଥିବା ଅପରାଜିତା ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରି ଭୁବନେଶ୍ୱରର ସାଂସଦ ନିର୍ବାଚିତ ହୋଇଥିଲେ । ଆଉ ନିଜର ଭିନ୍ନ ଶୈଳୀରେ ସଂଗଠନ କରିବା ନେଇ ଚର୍ଚ୍ଚାରେ ରହନ୍ତି ଏହି ବିଜେପି ନେତ୍ରୀ । କିନ୍ତୁ ଭରତପୁରରେ ଏଭଳି କଣ ଘଟିଲା, ଯେଉଁଥିପାଇଁ ଅପରାଜିତାଙ୍କୁ ବିରୋଧ କରାଗଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।