ମୋଦି ସରକାରଙ୍କ ୭ ଟି ବଡ଼ ମୁଦ୍ଦା , ଯାହାର ଗୋଟି ଖେଳି ବିଜୟ ରଥରେ ଚଢିଲା ବିଜେପି ! ଚାରିଆଡେ ଛାଇଲା ମୋଦି ମ୍ୟାଜିକ୍ ।

519

ଲୋକସଭା ନିର୍ବାଚନ ୨୦୧୯ ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ପୁଣିଥରେ ଦିଲ୍ଲୀରେ ଗାଦି ସମ୍ଭାଳିବେ ମୋଦି । ନିର୍ବାଚନ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବାଦ,ବିକାଶ ଏବଂ ହିନ୍ଦୁତ୍ୱ ଭଳି ବିଷୟକୁ ଆଗକୁ ଆଣିଥିଲେ । କିନ୍ତୁ ଏଭଳି କେଉଁ ମୁଦ୍ଦା ଅଛି ଯାହ ବିଜେପି ଏବଂ ମୋଦି ସରକାରଙ୍କ ବିଜୟ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ଏବଂ ବିପକ୍ଷଙ୍କୁ ଧୂଳି ଚଟାଇବାରେ ସଫଳ ହୋଇଥିଲା ।

 

ବାଲାକୋଟ୍ ଏୟାରଷ୍ଟ୍ରାଇକ୍ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସମ୍ପୁର୍ଣ୍ଣ ଦେଶ ରକ୍ତ ଚାଉଳ ଚୋବାଉଥିଲା । ଏହି ଆକ୍ରମଣରେ ୪୦ ଜଣ ଯବାନ୍ ସହିଦ୍ ହୋଇଯାଇଥିଲେ ପିଏମ୍ ମୋଦି ପାକିସ୍ତାନ ବାଲାକୋଟ୍ ସ୍ତିତ ଆତଙ୍କବାଦୀ ଠିକଣାରେ ଏୟାରଷ୍ଟ୍ରାଇକ୍ କରିବା ପାଇଁ ଆଦେଶ ଦେଇଥିଲେ ।

ଯାହାପରେ ପାକ୍ ଥରହର ହୋଇଥିଲା ଏବଂ ଜନତାଙ୍କ ମଧ୍ୟରେ ଏଭଳି ସନ୍ଦେଶ ଖେଳିଗଲା ଯେ ପାକ୍ ର ମନ୍ଦବୁଦ୍ଧିକୁ କେବଳ ମୋଦି ହିଁ ଠିକ୍ କରିପାରିବେ ।

ଅଭିନନ୍ଦନଙ୍କ ଘରବାହୁଡା : ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ର ପରଦିନ ପାକିସ୍ତାନ ବିମାନ ଭାରତରେ ପଶିଆସିଥିଲେ ଯାହାକୁ ତଡିବା ପାଇଁ ଭାରତୀୟ ବାୟୁସେନା ମିଗ୍ -୨୧ ବିମାନ ଉଡିଥିଲା ଯେଉଁଥିରେ ଡଗ୍ ଫାଇଟ୍ ସମୟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକ୍ ଏଫ୍-୧୬ ବିମାନକୁ ଗଡାଇଥିଲେ । କିନ୍ତୁ ତାଙ୍କ ବିମାନ କ୍ଷତିଗ୍ରସ୍ଥ ହେବା ଫଳରେ ସେ ପାକ୍ ରେ ପାରାସୁଟରେ ଓହ୍ଲାଇପଡିଥିଲେ । ଯେଉଁଠାରୁ ତାଙ୍କୁ ପାକ୍ ଆର୍ମି ଗିରଫ କରିଥିଲେ । କିନ୍ତୁ ଭାରତ ଏବଂ ଅନ୍ତରାଷ୍ଟ୍ରୀୟ ଦେଶର ଦବାବରେ ପାକ୍ କୁ ଭାରତ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା ଏବଂ ଅଭିନନ୍ଦନ ସକୁଶଳ ଭାରତ ଫେରି ଆସିଥିଲେ । ଏହାପରେ ମୋଦି ସରକାର ମଜବୁତ୍ ସରକାରର ନାଁ ଧାରଣ କରିଥିଲେ ।

ଉଚ୍ଚଜାତିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ : ୧୩ ପଏଣ୍ଟ ରୋଷ୍ଟର ଏବଂ ଏସସି/ଏସଟି ଆକ୍ଟ ଅନୁସାରେ ମୋଦି ସରକାରଙ୍କ ଯୋଜନାରେ ଉଚ୍ଚଜାତି ସମୂହ ଅସନ୍ତୁଷ୍ଟ ଥିଲେ । ଏହି ସମୂହକୁ ଖୁସି କରାଇବା ପାଇଁ ଗରିବ ଉଚ୍ଚଜାତିର ଲୋକଙ୍କୁ ଆର୍ଥୀକ ଆଧାରରେ ସଂରକ୍ଷଣ ଘୋଷଣା କରିଥିଲେ ମୋଦି । ଯାହାଦ୍ୱାରା ଉଚ୍ଚଜାତି ସମୂହ ମଧ୍ୟ ଖୁସି ହୋଇଯାଇଥିଲେ ।

ରାଷ୍ଟ୍ରବାଦର ଝଡ଼ : ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ କି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦୁହେଁ ନିଜ ଭାଷଣରେ କହିଥିଲେ ଯେ କିଭଳି ବିଜେପି ସରକାର ସେନାର ହାତ ଖୋଲା କରିଦେଇଥିଲେ ତାଙ୍କୁ ଶକ୍ତ କରିବା ପାଇଁ । ଏହି କଥାର ମଧ୍ୟ ଘୋଷଣା କରାଯାଇଥିଲା ଯେ ୨୬/୧୧ ସମୟରେ କିଭଳି ସେନା ପ୍ରତିଶୋଧ ନେବାକୁ ଚାହୁଁଥିଲେ କିନ୍ତୁ କଂଗ୍ରେସ ସରକାର ତାଙ୍କୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଦେଇନଥିଲେ । ଏହାଛଡା ଘରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା ଶବ୍ଦଟି ମଧ୍ୟ ମୋଦି ସରକାରକୁ ସମସ୍ତଙ୍କ ପ୍ରିୟ ସରକାର ବନାଇଥିଲା ।

ଚାଷୀଙ୍କୁ ୬ ହଜାର : ଚାଷୀଙ୍କ ମୁଦ୍ଦାକୁ ନେଇ ବିପକ୍ଷ ଲମ୍ବା ସମୟରୁ ପିଏମ୍ ମୋଦିଙ୍କୁ ଘେରିଛନ୍ତି । କେଉଁଠାରେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଏହାପରେ ବଜେଟରେ ସରକାର କିଷାନ୍ ସମ୍ନାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ପ୍ରତି କିଷାନ୍ ର ଖାତାରେ ୬ ହଜାର ଟଙ୍କା ଆସିବାକୁ ଘୋଷଣା କରାଗଲା । ତେବେ ଏହି ଯୋଜନା ସଫଳ ହେବା ସହ ଚାଷୀଙ୍କ ରାଗ ମଧ୍ୟ ଶାନ୍ତ ପଡିଥିଲା ।

ଦୂର୍ବଳ ବିପକ୍ଷଙ୍କ ଫାଇଦା : ବିପକ୍ଷଙ୍କ ମଧ୍ୟରେ ତାଳମେଳ ନଥିବା ଦେଖି ମୋଦି ସରକାର ଏହାର ଫାଇଦା ଉଠାଇଥିଲେ । ଯେଉଁଠି ୟୁପିରେ ସପା-ବସପା ମେଣ୍ଟରେ କଂଗ୍ରେସକୁ ସାମିଲ କରିନଥିଲେ ସେଭଳି ବିହାରରେ ଏନଡିଏ ମହାମେଣ୍ଟକୁ ଧରାଶାୟୀ କରିଦେଇଥିଲା । ଏନଡିଏରେ ଯେଉଁଠି ୪୦ ରୁ ୩୯ ଟି ସିଟ୍ ମିଳିଲା ମହାମେଣ୍ଟରେ ଗୋଟିଏ ସିଟ୍ ମିଳିଲା ।

ମୋଦି ସରକାରଙ୍କ ଯୋଜନା : ଉଜ୍ଜଳା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମୁଦ୍ରା ଯୋଜନା,ସ୍ୱଚ୍ଛ ଭାରତ ଅଭିଯାନ, ଆୟୁଷ୍ମାନ ଭାରତ ଭଳି ଯୋଜନା ମଧ୍ୟ ଲୋକଙ୍କୁ ମିଳିଲା । ଏହାର ଫାଇଦା ଲୋକଙ୍କୁ ଭୋଟ୍ ଆଧାରରେ ମିଳିଲା ।