କୋରାପୁଟ ବିଧାନସଭା ଆସନ ଜିତିଲା ବିଜେପି: ବିଜେଡି ପ୍ରାର୍ଥୀ ରଘୁରାମ ପଡାଲଙ୍କୁ ୨ ହଜାର ୩ ଶହ ୩୮ ଭୋଟରେ ହରାଇଲେ ବିଜେପିର ରଘୁରାମ ମାଛ

90

କନକ ବ୍ୟୁରୋ: କୋରାପୁଟ ବିଧାନସଭାରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ । ବିଜେଡିର ରଘୁରାମ ପଡାଲଙ୍କୁ ୨ ହଜାର ୩ ଶହ ୩୮ ଭୋଟରେ ହରାଇଲେ ରଘୁରାମ ମାଛ । ଏହି ଆସନରୁ ୨୦୧୯ରେ ରଘୁରାମ ପଡାଲ ଜିତି ବିଧାୟକ ହୋଇଥିଲେ । ତେବେ ବିଜେଡିର ଏହି ଗଡକୁ ଏବେ ବିଜେପି ଅକ୍ତିଆର କରିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୭୯ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦ ଆସନରେ ଆଗୁଆ ରହିିଛି । ସେହିପରି କଂଗ୍ରେସ ୧୫ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।