ଛତିଶଗଡରେ ବି ମୋଦି ମ୍ୟାଜିକ୍ : ରାଜ୍ୟରେ ୧୧ରୁ ୯ଟି ସିଟରେ ଉଡିଲା ଗେରୁଆ ବାନା 

Advertisment
କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କ ଉପରେ ଭରସା କଲା ବିଜେପି । ଡିସେମ୍ବର ୫ ଉପନିର୍ବାଚନ ପାଇଁ ଅଯୋଗ୍ୟ ଘୋଷିତ ୧୩ ବିଧାୟକଙ୍କୁ ଟିକେଟ୍

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳରେ ଛତିଶଗଡରେ ମଧ୍ୟ ମୋଦି ମ୍ୟାଜିକ୍ ଦେଖିବାକୁ ମିଳିଛି । ଛତିଶଗଡର ମୋଟ୍ ୧୧ ଲୋକସଭା ଆସନରୁ ୯ଟି ଆସନ ବିଜେପି ଅକ୍ତିଆରରେ । ବସ୍ତର ଓ କୋରବାରେ କଂଗ୍ରେସ ବିଜୟ ହାସଲ କରିଛି । ଛତିଶଗଡ ରାଜ୍ୟର ଗଡନ ହେବାପରେ ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେପି ପ୍ରତି ଥର ୧୦ଟି ସିଟ୍ ଜିତି ଆସୁଛି ।

publive-image

ଗତବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ଛତିଶଗଡ଼ରେ ୯୦ ବିଧାନସଭା ଆସନରୁ ୬୮ଟିରେ ବିଜୟ ହାସଲ କରି ସରକାର ଗଢ଼ିଥିଲା । କଂଗ୍ରେସ ଲୋକସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲା । ତେବେ ବିଧାନସଭା ନିର୍ବାଚନର ପରାଜୟରୁ ଶିକ୍ଷା ଗ୍ରହଣ କରି ବିଜେପି ଚଳିତ ଲୋକସଭା ନିର୍ବାଚନରେ ସବୁ ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା। ସମସ୍ତ ଲୋକସଭା ଆସନରେ ବିଜେପି ଏହାର ପ୍ରାର୍ଥୀ ବଦଳାଇଥିବାରୁ ବିଜେପି ପାଇଁ ବିଜୟ ହାସଲ କରିବା ସହଜ ହୋଇଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe