ନବୀନ ନିବାସ ଅଭିମୁଖେ ବାହାରିଲା ମହିଳା ବିଜେପିର କୋକେଇ ଶୋଭାଯାତ୍ରା । ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କଲେ, ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ପ୍ରଶ୍ନ କଲେ?

Advertisment
ନବୀନ ନିବାସ ଅଭିମୁଖେ ବାହାରିଲା ମହିଳା ବିଜେପିର କୋକେଇ ଶୋଭାଯାତ୍ରା । ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କଲେ, ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ପ୍ରଶ୍ନ କଲେ?

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ତାତିଛି ବିଜେପିର ମହିଳା ମୋର୍ଚ୍ଚା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କୋକେଇ ଶୋଭାଯାତ୍ରା କରିଛି ମହିଳା ବିଜେପି । ବିଜେପି ପାର୍ଟି ଅଫିସରୁ ନବୀନ ନିବାସ ଅଭିମୁଖେ ବାହାରିଛି ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ କହିବୁ ବୋଲି କହିଛନ୍ତି ବିଜେପି ମହିଳା ନେତ୍ରୀ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କୁ ହଟାଯାଉ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଦାବି କରିଛିି ମହିଳା ବିଜେପି । ଏହାସହ ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ବାସ୍ତବରେ ହେଉନାହିଁ । ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡିଲେଣି, ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଲାଣି । କିନ୍ତୁ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ପ୍ରଶ୍ନ କରିବା ସହ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ ନବୀନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ବିଜେପି କହିଛି ।

ଏହାପୂର୍ବରୁ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିରିଜ୍ ଟ୍ୱିଟ୍ କରି କ୍ୟାପଟେନଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ପ୍ରଦୀପ୍ତ ନାୟକ ।  ମାମଲାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।

ପ୍ରଦୀପ୍ତ ନାୟକ କହିଛନ୍ତି, ମହାଲିଙ୍ଗ କଲେଜ ହେଉଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜୀବନ ଓ ଗୋବିନ୍ଦ ସାହୁ ବିନ୍ଧାଣୀ । ବର୍ଷ ବର୍ଷ ଧରି କଲେଜରେ ଛାତ୍ରୀଙ୍କ ଶାରିରୀକ ଶୋଷଣ ହେଉଥିଲା, ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା, ଗୃହ ରାଷ୍ଟ୍ରମନ୍ତ୍ରୀ କଲେଜକୁ ବାରମ୍ବାର ଯାଉଥିଲେ ଓ ରାତ୍ରୀଯାପନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁ କେଳେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଜାଣୁଥିଲେ. ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ବିଭାଗ ପାଖରେ କିପରି ଖବର ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

 ଏହା ସହ ବିରୋଧୀ ଦଳ ନେତା କହିଛନ୍ତି, ଜଣେ ମନ୍ତ୍ରୀ ଗୋଟିଏ ସ୍ଥାନକୁ ବାରମ୍ବାର ଯାଉଥିଲେ, ହେଲେ ସେ ଜାଗାର କେଳେଙ୍କାରୀ ବିଷୟରେ ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ପାଖରେ କିପରି କୌଣସି ଖବର ନଥିଲା? ଏହା ଅସମ୍ଭବ, ଗୃହରାଷ୍ଟ୍ର ମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe