କନକ ବ୍ୟୁରୋ : ବିଜେପି ଉପରେ ଭାରି ପଡିଲା ଇଣ୍ଡିଆ ମେଣ୍ଟ । ଉପନିର୍ବାଚନରେ ବିଜେପିକୁ ହରାଇଲା ଇଣ୍ଡିଆ ମେଣ୍ଟ । ଦେଶର ଗତକାଲି ୬ ରାଜ୍ୟରେ ଅନୁଷ୍ଠିତ ୭ ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହି ଉପନିର୍ବାଚନରେ ୪ ଟି ଆସନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିବା ବେଳେ ୩ ଟିରେ ବିଜେପି ବିଜୟୀ ହୋଇଛି । ତ୍ରିପୁରାର ଧନପୁର ଓ ବୋକ୍ସାନଗର ଓ ଉତ୍ତରାଖଣ୍ଡର ବାଗେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।

Advertisment

ଅନ୍ୟପକ୍ଷରେ ଝାଡ଼ଖଣ୍ଡର ଝୁମରୀରେ ଜେଏମ୍ଏମ୍, ପଶ୍ଚିମବଙ୍ଗର ଧୂପଗଡ଼ି ନିର୍ବାଚନମଣ୍ଡଳୀରେ ଟିଏମସି ଓ କେରଳର ପୁଥୁପଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଉତ୍ତରପ୍ରଦେଶ ଘୋସି ନିର୍ବାଚନମଣ୍ଡଳୀରେ ସମାଜବାଦୀ ପାର୍ଟି ବିଜୟ ହାସଲ କରିଛନ୍ତି । ତେବେ ଏହି ଫଳାଫଳ କହୁଛି ବିଜେପି ଓ ବିରୋଧୀ ମେଣ୍ଟ ଲଢେଇ ଭିତରେ ଏବେ ଜନମତ ମେଣ୍ଟ ସପକ୍ଷରେ ଅଛି । ତେବେ ଏହି ଫଳାଫଳ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।