କନକ ବ୍ୟୁରୋ: ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରିବ ବିଜେପି । ଏହି ଦିନ ସାରା ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଏହା ସହ ଦଳ ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲ ରେ ପୁରେଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱ ସମ୍ପନ ଦଳ ହିସାବରେ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରିବ ବୋଲି କୁହାଯାଇଛି ।