କନକ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖରେ କାର୍ଯ୍ୟକାରିଣୀ ହେବା ନେଇ ସୂଚନା ମିଳିଛି । ଏଥିରେ ରାଜ୍ୟ ବିଜେପିର ପଦାଧିକାରୀମାନେ ସାମିଲ ହେବେ । ଏମାନଙ୍କ ସହ ମଣ୍ଡଳ ସ୍ତରୀୟ ନେତା ମଧ୍ୟ ଉପସ୍ଥିତ ରହିବେ । ଦୁଇ ଦିନିଆ ବୈଠକରେ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରଣନୀତି ପ୍ରସ୍ତୁତ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏହି କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବାର ଅଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଶାସକ ଦଳ ଭାବେ ଆଗାମୀ ଦିନରେ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ, ସେ ନେଇ ଚିଠା ପ୍ରସ୍ତାବ ପାରିତ ହେବା ନେଇ ସୂଚନା ମିଳିଛି ।
ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ବିଜେପି । ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା ।
/kanak/media/post_attachments/wp-content/uploads/2024/03/29oriBJP_214633.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)