କନକ ବ୍ୟୁରୋ: ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତ୍ତିି ନେଇଛି ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି । ବିଜେଡି ସରକାର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।