କନକ ବ୍ୟୁରୋ: ୨୪ ପାଇଁ ବିଜେପିର ରୋଡ ମ୍ୟାପ ପ୍ରସ୍ତୁତ । ଶୁକ୍ରବାର ରାଉରକେଲାରେ ବିଜେପିର ଚିନ୍ତନ ବୈଠକରେ ରାଜ୍ୟରେ ସରକାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱର ଗ୍ରୀନ ସିଗନାଲକୁ । ସବୁ ଠିକଠାକ ରହିଲେ ଖୁବଶୀଘ୍ର ଆଗୁଆ ଟିକେଟ ଘୋଷଣା କରିପାରେ ରାଜ୍ୟ ବିଜେପି । ଏ ନେଇ ଚିନ୍ତନ ବୈଠକରେ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତା ।

Advertisment

ସୂଚନା ଅନୁସାରେ, କମ ବ୍ୟବଧାନରେ ହାରିଥିବା ଲୋକସଭା ଓ ବିଧାନସଭା ସିଟଗୁଡିକୁ ଫୋକସରେ ରଖିଛି ବିଜେପି । ତେବେ ଆଗୁଆ ଟିକେଟ ଦେବା ପାଇଁ ଆଧାର କଣ ହେବ ତାହା ବି ବିଜେପି ଚିନ୍ତନ ବୈଠକରେ ଏକପ୍ରକାର ଚୂଡାନ୍ତ ହୋଇଛି ।

  • କମ ବ୍ୟବଧାନରେ ହାରିଥିବା ପ୍ରାର୍ଥୀ
  • ସଂପୃକ୍ତ ନିର୍ବାଚନମଣ୍ଡଳୀର ପ୍ରଭାବଶାଳୀ ନେତା
  • ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କୁ ବି ଗୁରୁତ୍ୱ
  • ବିଜୟ ସମ୍ଭାବନା ଥିବା ଆସନ ଉପରେ ଫୋକସ
  • ଆମଦାନୀ ନେତା ଅପେକ୍ଷା ନିଜ ଦଳର ନେତାଙ୍କୁ ଅଗ୍ରାଧିକାର ଦେବ ରାଜ୍ୟ ବିଜେପି

ରାଜ୍ୟରେ ୫୦ ହଜାରରୁ କମ୍ ବ୍ୟବଧାନ ଥିବା ଲୋକସଭା ଆସନ ଓ ୧୦ ହଜାରରୁ କମ ବ୍ୟବଧାନରେ ହାରିଥିବା ବିଧାନସଭା ଆସନକୁ ଗୁରୁତ୍ୱ ଦେଇ ଏହି ସବୁ ଆସନରେ ଆଗୁଆ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି ବିଜେପି ।