ଚମକାଇ ଦେବ ପଶ୍ଚିମ ଓଡିଶା ନିର୍ବାଚନ ଫଳାଫଳ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ, ଫାଇଦାରେ ରହିପାରେ ବିଜେପି, ଆସନ ହରାଇପାରେ ବିଜେଡି । 

369

କନକ ବ୍ୟୁରୋ : ଚମକାଇ ଦେବ ପଶ୍ଚିମ ଓଡିଶା ନିର୍ବାଚନ ଫଳାଫଳ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଆସିଲା ଚମକାଇଦେବା ଭଳି ଫଳାଫଳ । ୧୯ ଯୁଦ୍ଧର ଫଳାଫଳ ଘୋଷଣା ପୂର୍ବରୁ ଏକଜିଟ୍ ପୋଲରୁ ଏମିତି ଫଳାଫଳ ସାମ୍ନାକୁ ଯାହା ବିଜେପି ଶିବିରକୁ ଉତ୍ସାହିତ କରିବ ନିଶ୍ଚୟ । ୫ ଲୋକସଭା ମଧ୍ୟରୁ ୪ଟି ଆସନରେ ବାଜି ମାରିପାରେ ବିଜେପି, ଗୋଟିଏ ଆସନରେ ହୋଇପାରେ କଡା ମୁକାବିଲା । ବଲାଙ୍ଗୀର,ସମ୍ବଲପୁର, ସୁନ୍ଦରଗଡ ଓ ବରଗଡରେ ବିଜେପିକୁ ପୁଣିଥରେ ଭୋଟର ଭରସା କରିଥିବା ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି । ସୁନ୍ଦରଗଡକୁ ଛାଡିଦେଲେ ବାକି ଆସନରେ ୨୦୧୪ରେ ବାଜି ମାରିଥିଲା ବିଜେଡି । ଚଳିତ ଥର କେବଳ କଳାହାଣ୍ଡିରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ । ଏହି ଆସନରେ ତ୍ରିମୁଖୀ ଲଢେଇ ହେଉଥିବା ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି ।

ସେହିଭଳି ପଶ୍ଚିମ ଓଡିଶା ବିଧାନସଭାର ଫଳାଫଳ ପୂରା ରାଜ୍ୟକୁ ଚମକାଇଦେବ ।  ୩୫ଟି ଆସନ ମଧ୍ୟରୁ ବିଜେଡି ୨୧, ବିଜେପି ୫ଟି ଆସନରେ ମାରିପାରନ୍ତି ବାଜି । ୯ଟି ଆସନରେ କ୍ଲୋଜ ଫାଇଟ୍ ହୋଇପାରେ । ତେବେ କଂଗ୍ରେସକୁ ପଶ୍ଚିମ ଓଡିଶାରେ ବଡ ଝଟକା ଲାଗିପାରେ । ୨୦୧୪ରେ ୫ଟି ଆସନରେ ବାଜି ମାରିଥିବା କଂଗ୍ରେସ ୨୦୧୯ରେ ଖାତା ଖୋଲିନପାରେ । ଏହି ଏକଜିଟ୍ ରିପୋର୍ଟ ବିଜେପି ଶିବିରରେ ଉତ୍ସାହ ଭରିଥିବା ବେଳେ କଂଗ୍ରେସ ଓ ବିଜେଡି ପାଇଁ ଏତେଟା ଭଲ ଖବର ଆଣିନାହିଁ ।