କନକ ବ୍ୟୁରୋ: ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି । ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ବୁଥ, ମଣ୍ଡଳ , ୩୬ ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ନିର୍ବାଚନ ହେବ । ଏକ କୋଟି ସଦସ୍ୟ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

Advertisment

କ୍ଷମତାକୁ ଆସିବା ପରେ ଘର ସଜାଡିବା ଆରମ୍ଭ କରିବ ବିଜେପି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପଦ ଲାଗି ହେବ ନିର୍ବାଚନ । ପ୍ରତି ତିନିବର୍ଷରେ ଥରେ ହେବାକୁ ଥିବା ବିଜେପିର ସାଙ୍ଗଠନିକ ନିର୍ବାଚନ ଚଳିତଥର ଗୋଟିଏ ବର୍ଷ ପାଇଁ ଘୁଞ୍ଚାଯାଇଥିଲା । ଏବେ ନିର୍ବାଚନ ସରିବା ପରେ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ପାଇଁ ଅଣ୍ଟାଭିଡିଛି ରାଜ୍ୟ ବିଜେପି ।

ବିଜେପିର ସାଙ୍ଗଠନିକ ନିର୍ବାଚନ
-୩୭୦୦୦ ବୁଥ ସଭାପତି
-୧୦୦୫ ମଣ୍ଡଳ ସଭାପତି
- ୩୬ ସାଙ୍ଗଠନିକ ଜିଲ୍ଲା ସଭାପତି ପଦ ପାଇଁ ନିର୍ବାଚନ ହେବ ।

କେବଳ ସଙ୍ଗଠନ ନୁହେଁ, ସଦସ୍ୟ ସଂଗ୍ରହ ଉପରେ ରାଜ୍ୟ ବିଜେପି ଗୁରୁତ୍ୱ ଦେବ । ଏକ କୋଟି ସଦସ୍ୟ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।
-ପ୍ରତି ବୁଥରେ ୨ ଶହରୁ ୨୫୦ ସଦସ୍ୟ ସଂଗ୍ରହ ପାଇଁ ଟାର୍ଗେଟ
-ଶହେ ସଦସ୍ୟ କରିଥିବା କର୍ମୀ ସକ୍ରିୟ ସଦସ୍ୟ ହୋଇପାରିବେ
-ପୂର୍ବରୁ ୨୫ ହଜାର ସଦସ୍ୟ ଥିଲେ
-ଏଥର ୧ ଲକ୍ଷ୍ୟ ସକ୍ରିୟ ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି

ସେପ୍ଟେମ୍ୱର ପହିଲାରେ ପ୍ରଧାନମନ୍ତ୍ରୀ ଓ ଜାତୀୟ ସଭାପତି ସଦସ୍ୟତା ଗ୍ରଣ କରିବା ପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ । କୁହାଯାଉଛି, ଯେଉଁ ସାଙ୍ଗଠନିକ ଜିଲ୍ଲାରେ ବିଜେପି ଦୁର୍ବଳ ରହିଛି ସେହି ଜିଲ୍ଲା ଉପରେ ଅଧିକ ଫୋକସ କରିବ ଦଳ । ଏହାଛଡା ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ସଙ୍ଗଠନ ସଜାଡି ବିଜେଡି ଗଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ଦଳ ।