ବାୟୁସେନାର ଏୟାରଷ୍ଟ୍ରାଇକକୁ ନେଇ ରାଜନୀତି ! ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ଏହା ବିଜେପିକୁ ଫାଇଦା ଦେବ ବୋଲି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

150

କନକ ବ୍ୟୁରୋ : ଗୋଟିଏପଟେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଦେଖା ଦେଉଥିବା ବେଳେ ୟେଦୁରପ୍ପାଙ୍କ ବୟାନକୁ ନେଇ ରାଜନୀତି ପାଣିପାଗ ବେଶ ସରଗରମ୍ ରହିଛି । ମୋଦି ସରକାରଙ୍କୁ ଚଳିତ ନିର୍ବାଚନରେ ଏହା କେତେ ଫାଇଦା ହେବ ୟେଦୁରପ୍ପା ତାଙ୍କ ବୟାନରେ କହିଛନ୍ତି । ଯାହାକୁ ନେଇ ବିରୋଧୀ, ଶାସକ ଦଳକୁ ଘେରିଛି ।

ବାୟୁସେନା କାର୍ଯ୍ୟକୁ ନେଇ ରାଜନୀତି । ବାୟୁସେନାରେ କାର୍ଯ୍ୟରେ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିପାରେ ଅଧିକ ଆସନ । କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦୁରପ୍ପାଙ୍କ ବାୟୁସେନା କାର୍ଯ୍ୟକୁ ନେଇ ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୀତି ମହଲରେ ହଟଚମଟ ସୃଷ୍ଟି ହୋଇଛି । ୟେଦୁରପ୍ପା ବୟାନରେ କହିଛନ୍ତି ବାୟୁସେନା ଆତଙ୍କବାଦୀଙ୍କ ବିରୋଧରେ ନେଇ ଥିବା ପଦକ୍ଷେପ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଲାଭ ଦାୟକ ହେବ । ନିର୍ବାଚନରେ ରାଜ୍ୟର ୨୮ ଆସନ ମଧ୍ୟରୁ ୨୨ଟି ଆସନରେ ଜିତିବାକୁ ସାହାଯ୍ୟ କରିବ ।

କର୍ଣ୍ଣାଟକ ଚିତ୍ରଦୁର୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଏଭଳି କହିଥିଲେ ୟେଦୁରପ୍ପା । ପାକିସ୍ତାନ ମାଟିରେ ଆତଙ୍କବାଦୀ ଶିବିରକୁ ଆକ୍ରମଣ କରିବା ପଦକ୍ଷେପରେ ଦେଶରେ ମୋଦିଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ଯାହାର ଫଳାଫଳ ଆଗାମୀ ଲୋକସଭା ନିର୍ବାଚନରେ ନଜର ଆସିପାରେ । ଏହି ପଦକ୍ଷେପ ଦେଶରେ ଯୁବପିଢ଼ୀଙ୍କ ମନରେ ଏକ ଆକାଂକ୍ଷା ଭରି ଦେଇଛି । ଏହା ସହ ୟେଦୁରପ୍ପା କହିଥିଲେ କର୍ଣ୍ଣାଟକ ଲୋକସଭାରେ ଚଳିତ ନିର୍ବାଚନରେ ୨୨ଟି ଆସନ ଜିତିବାରେ ସାହାଯ୍ୟ କରିବ ।

ଅନ୍ୟପଟେ ୟେଦୁରପ୍ପାଙ୍କ ଏହି ବୟାନ ପରେ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ୟେଦୁରପ୍ପାଙ୍କ ବୟାନ ପରେ ଦଳ ଆଉ କ’ଣ କହିବାକୁ ଚାହୁଁଛି । ସେହିପରି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ପ୍ରଶ୍ନ କରିଛନ୍ତି ଏ ଦେଶ ପ୍ରେମ ନାଁ ମୁର୍ଖାମି ରାଜନୀତି । ଏହା ପୂର୍ବରୁ କଂଗ୍ରେସ ସହିତ ୨୧ ବିରୋଧୀ ଦଳ ଆତଙ୍କବାଦି ବିରୋଧରେ ଲଢ଼ାଇ ଏକତ୍ରିତ ହୋଇଥିଲେ ।