କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ବିଫଳ ହୋଇଥିବା ବିଜେପି ପୌର ନିର୍ବାଚନରେ ସଫଳତା ପାଇଁ ପ୍ରୟାସ ଆରମ୍ଭ କରିଛି । ରାଜ୍ୟର ସବୁଠୁ ବଡ ମହାନଗର ନିଗମ ଭୁବନେଶ୍ୱରରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ପୂର୍ବରୁ ନିର୍ବାଚନ ଲଢିଥିବା ନେତାଙ୍କ ସହ ଜିତିବା ସମ୍ଭାବନା ଥିବା ୫୦ ପ୍ରାର୍ଥୀଙ୍କ ନାମ ଆଜି ବିଜେପି ପକ୍ଷରୁ ଘୋଷଣା କରାଯିବ ।

Advertisment

ପ୍ରାର୍ଥୀ ଚୟନ ନେଇ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ  ଏବଂ ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀ ଦାୟୀତ୍ୱରେ ଥିବା ବାବୁ ସିଂ, ଜଗନ୍ନାଥ ପ୍ରଧାନ ଏବଂ ଦିଲ୍ଲୀପ ମହାନ୍ତିଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ୩ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିିଙ୍କ ସହ ଔପଚାରିକ ଆଲୋଚନା ପରେ ବିଦ୍ଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ  । ଏପରି ସ୍ଥଳେ ପଂଚାୟତ ନିର୍ବାଚନର ବିଫଳତା ଯେପରି ବିଏମସି ନିର୍ବାଚନରେ ନ ପଡେ ସେଥିପ୍ରତି ବିଜେପି ଗୁରୁତ୍ୱ ଦେଇଛି । ବିଜେଡିରୁ ଅସନ୍ତୁଷ୍ଟ କିଛି ନେତାଙ୍କୁ ବିଜେପି ଟିକେଟ୍ ଦେବାକୁ ଯୋଜନା କରିଥିବା ସୂଚନା ମିଳିଛି ।