କନକ ବ୍ୟୁରୋ :୧୬ଦିନ ପୂର୍ବରୁ ହଠାତ୍ ବିଜେପିର ୱେବସାଇଟ ହ୍ୟାକ୍ ହେବାର ଖବର ମିଳିଥିଲା । କିନ୍ତୁ ୧୬ଦିନ ପରେ ମଧ୍ୟ ଏ ପର୍ଯ୍ୟନ୍ତ ୱେବସାଇଟ ଚାଲୁ ହୋଇ ପାରି ନଥିବା ଜଣା ପଡ଼ିଛି । ମାର୍ଚ୍ଚ ୫ରେ ୱେବସାଇଟ ହ୍ୟାକ୍ ହେବା ପରେ ଆମେ ଖୁବ୍ ଶୀଘ୍ର ଫେରିବୁ । ଏବେ ୱେବସାଇଟରେ କାମ ଜାରି ରହିଛି । ଆମେ ଖୁବ୍ ଶୀଘ୍ର ଅନ୍ଲାଇନ୍ ଆସିବୁ ବୋଲି ୱେବସାଇଟରେ ଲେଖା ହୋଇଥିବା ଦେଖା ଯାଇଛି । ଏହି କଥା ଲେଖା ହେବାକୁ ୧୬ଦିନ ବିତି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୱେବସାଇଟ ପୂର୍ବ ଅବସ୍ଥାକୁ ଫେରି ପାରି ନାହିଁ ।
ସୂଚନା ମୁତାବକ,ୱେବସାଇଟ ହ୍ୟାକ୍ ହେବା ପରେ ବିଜେପିର ଆଇଟି ପ୍ରମୁଖ ଅମିତ ମାଲବୀୟ ମାର୍ଚ୍ଚ ୫ରେ ୱେବସାଇଟ ହ୍ୟାକ୍ ହେବା ପରେ ୧-୨ଦିନ ଭିତରେ ୱେବସାଇଟ ଚାଲୁ ହୋଇଯିବ ବୋଲି ଜଣାଇଥିଲେ । ଏହା ସହ ୱେବସାଇଟରେ କିଛି ଟେକ୍ନିକ୍ ଖରାପ ଥିବାରୁ ଏପରି ସମସ୍ୟା ଦେଖା ଯାଇଛି । କେହି ଏହାକୁ ହ୍ୟାକ୍ କରି ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏତେ ଦିନ ପର୍ଯ୍ୟନ୍ତ ୱେବସାଇଟ ବନ୍ଦ ପଡ଼ି ରହିବାର କେବଳ ଗୋଟେ ହିଁ କାରଣ ହୋଇପାରେ । ତାହା ହେଉଛି ୱେବସାଇଟରୁ ଡାଟା ଚୋରି ହୋଇଛି । ଯାହା ପାଇଁ ପୂରା ୱେବସାଇଟକୁ ପୁଣି ଥରେ ଡିଜାଇନ୍ କରାଯାଉଛି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Capture-16.jpg)