କନକ ବ୍ୟୁରୋ : ଜନାଦେଶ ୨୦୨୨ । ପ୍ରାରମ୍ଭିକ ଟ୍ରେଣ୍ଡରେ ଗୋଆରେ ଆଗରେ କଂଗ୍ରେସ ପଛରେ ବିଜେପି । ସକାଳ ସାଢେ ୯ଟା ସୁଦ୍ଧା ୨୦ ଆସନରେ କଂଗ୍ରେସ ଆଗୁଆ ରହିଥିବା ବେଳେ ୧୬ ଟି ଆସନରେ ବିଜେପି ଆଗୁଆ ରହିଛି । ଟିଏମସି ବି ୪ ଆସନରେ ଆଗୁଆ ରହିଛି । ଆପ୍ କିନ୍ତୁ ଏ ପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ ।

Advertisment

 ୨୦୧୭ରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା କଂଗ୍ରେସ । ୪୦ରୁ ୧୭ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢି ପାରିନଥିଲା । ୧୩ଟି ଆସନ ଜିତିଥିଲେ ମଧ୍ୟ ବିଜେପି ସରକାର ଗଢିପାରିଲା । ସ୍ୱାଧୀନ ଓ ଅନ୍ୟ ଆଂଚଳିକ ଦଳ ସହ ମିଶି କ୍ଷମତାରେ ବସିଲା । ଏମଜିପି ଓ ଜିଏଫପି ସହ ହାତ ମିଳାଇଥିଲା ବିଜେପି । ମନୋହର ପାରିକର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ । ୨୦୧୯ରେ ପାରିକରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ । ଏଥର ଗୋଆରେ ପାଦ ଥାପିବାକୁ ଚାହୁଁଛନ୍ତି ଟିଏମସି ଓ ଆପ୍ ।