କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା। ବଳଦେବଜୀଉଙ୍କ ଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ।

କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା। ବଳଦେବଜୀଉଙ୍କ ଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ।

କନକ ବ୍ୟୁରୋ: କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା । କେନ୍ଦ୍ରାପଡ଼ାରେ ବାଜା ବଜାଇ, ପ୍ରଧାନମନ୍ତ୍ରୀଙ୍କ ଫଟୋ ମାରି ରୋଡ଼ ସୋ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କିନ୍ତୁ, ଯୋଗଦେଲେନି କୌଣସି ବରିଷ୍ଠ ନେତା । ତିନିମୁହାଣରୁ ଏହି ରୋଡ ସୋରେ ଯାଇ ୮ କିଲୋମିଟର ଦୂର ବଳଦେବଜୀଉ ମନ୍ଦିର ଦର୍ଶନ କରିଥିଲେ । ଶତାଧିକ ସମର୍ଥକ ତାଙ୍କ ସହିତ ଥିବା ବେଳେ ବିଜେପି ସଭପତି କିମ୍ବା କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳି ନଥିଲା ।

କେବଳ ଜଣେ ଜିଲ୍ଲା ପରିଷଦ, କାଉନସିଲର ଓ କେତେ ଜଣ ସରପଞ୍ଚ ଅପରାଜିତାଙ୍କ ରୋଡ ସୋରେ ସାମିଲ ହୋଇଥିଲେ । କିନ୍ତୁ ଅନ୍ୟ କୌଣସି ବଡ଼ ନେତାଙ୍କୁ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା । ଅନ୍ୟପଟେ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଜିଲ୍ଲା କାର୍ଯ୍ୟକାରିଣୀରେ ନେତା ଉପସ୍ଥିତ ଥିଲେ । ତେଣୁ ଅପରାଜିତାଙ୍କ କାର୍ଯ୍ୟକ୍ରମରୁ ଏମାନେ କାହିଁକି ଦୂରେଇ ରହିଲେ, ତାକୁ ନେଇ ଚର୍ଚ୍ଚା ବଢ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe